ସରପଞ୍ଚଙ୍କ ଅକାଳ ବିୟୋଗ
ସୁକିନ୍ଦା : ରବିବାର କୁହିକା ପଞ୍ଚାୟତ ସରପଞ୍ଚ ଅଶ୍ୱିନୀ ପରିଡ଼ା(୫୫)ଙ୍କ ଅକାଳ ମୃତୁ୍ୟ ଘଟିଛି । ଶ୍ରୀ ପରିଡ଼ା ଗତ କିଛି ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ବାଗଚି କ୍ୟାନସର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଆଜି ସକାଳୁ ତାଙ୍କର ମୃତୁ୍ୟ ଘଟିଥିଲା । ମୃତ ଅଶ୍ୱିନୀ ବାମ୍ୱିଲୋ ଗ୍ରାମ ପ୍ରହଲ୍ଲାଦ ପରିଡ଼ାଙ୍କ ପୁତ୍ର । ଗତ ପଞ୍ଚାୟତ ନିର୍ବାଚନରେ କୁହିକା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟଲାଭ କରିଥିଲେ । ଶ୍ରୀ ପରିଡ଼ାଙ୍କ ପରଲୋକ ଖବର ପାଇ ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସହ ଗ୍ରାମବାସୀ ବାସ ଭବନରେ ପହଁଚି ସମବେଦନା ଜଣାଇଥିଲେ ।