ଖବରକାଗଜ ବିକ୍ରେତା ଗୁରୁତର

 ଧର୍ମଶାଳା : ଧର୍ମଶାଳା ଅଞ୍ଚଳର ବରିଷ୍ଠ ଖବର କାଗଜ ବିକ୍ରେତା ରାମଚନ୍ଦ୍ର ମହାନ୍ତି ପକ୍ଷାଘାତ ରୋଗରେ ଶିକାର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ସେ ବାଇକ୍ରେ ଘରକୁ ଫେରୁଥିବା ବେଳେ ଅତ୍ୟଧିକ ରକ୍ତ ଚାପ ଯୋଗୁ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ବେଳେ ଧିରେ ଧିରେ ପକ୍ଷାଘାତ ଆଡ଼କୁ ତାଙ୍କ ଶରୀରର କିଛି ଅଙ୍ଗ ଗତି କରୁଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଶନିବାର ସକାଳେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଦାମ ଦୀର୍ଘ ବର୍ଷ ଧରି ଜାରକା ଅଂଚଳରେ ବିଭିନ୍ନ ଖବର କାଗଜର ବିକ୍ରେତା ଭାବେ କାର୍ଯ୍ୟ କରି ଆସୁଥିବା ସହ ଜଣେ ପରୋପକାରୀ ଓ ମେଳାପି ବ୍ୟକ୍ତି ଭାବରେ ତାଙ୍କର ପରିଚୟ ରହିଛି । ଧର୍ମଶାଳା ପ୍ରେସ କ୍ଲବ ଓ ଜାରକା ହକର୍ ସଂଘ ପକ୍ଷରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଉଛି ।