ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ଉଦ୍ଘାଟିତ

  ବନ୍ତ: ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ପ୍ରାୟ ୨ ଲକ୍ଷଟଙ୍କାର ପେଣ୍ଡାଲ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବନ୍ତ ବ୍ଲକ ଅତିରିକ୍ତ  ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ ଯୋଗ ଦେଇ ଏହି ଉନ୍ନତି ମୂଳକ କାର୍ଯ୍ୟକୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି, ସ୍ଥାନୀୟ ସରପଞ୍ଚ ସତ୍ୟଭାମା ଧଳ, ସମିତିସଭ୍ୟା ନିରୂପମା ରାଉତ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ନାୟକ, ସମାଜସେବୀ ଖଗେଶ୍ୱର ବେହେରା, ବିଦ୍ୟାଳୟ ସଭାପତି ହରେକୃଷ୍ଣ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜଗତରନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିଥି ପରିଚୟ ହୃଷିକେଶ ଦାସ ଧନ୍ୟବାଦ ଅର୍ପଣ ବିଦୁ୍ୟତ ପ୍ରଭା ମଲ୍ଲିକ ପ୍ରଦାନ କରିଥିଲେ । ଅମର ଚରଣ ସ୍ୱାଇଁ, ମହାମାୟା ଜେନା, ଅନୁସୟା ଜେନା, ଗୁଣନିଧି ଘଡ଼ାଇ, ପ୍ରୀତିଲତା ରାଉତ, ମାଳତୀ ଲତା ଜେନା, ଅଞ୍ଜନା ରାଉତ, ଲଷ୍ମୀଧର ଗିରି, ମାଳତୀ ପରିଡା, କବିତା ଜେନା, ଶୁଭକିଙ୍କର ରାଉତ, ଅଜୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।