କଂଗ୍ରେସରୁ ଦିଲ୍ଲୀପ ପ୍ରଧାନୀ ବହିଷ୍କୃତ
ନବରଙ୍ଗପୁର : ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ଦୀଲିପ ପ୍ରଧାନୀଙ୍କୁ ବହିଷ୍କୃତ କରାଯାଇଛି । ଏ ନେଇ ନବରଙ୍ଗପୁରସ୍ଥିତ କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଭୁଜବଳ ମାଝୀ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଏକ ଶୃଙ୍ଖଳିତ ଦଳ ହୋଇଥିବା ଯୋଗୁ ଦଳ ବିରୋଧ କାର୍ଯ୍ୟକଳାପ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିଦେ୍ର୍ଦଶରେ ଦୀଲିପଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ଦିଲ୍ଲୀପ କଂଗ୍ରେସରୁ ଇସ୍ତଫା ଦେଇ ନ ଥିବା ବେଳେ ଭୁବନେଶ୍ୱର ଶଙ୍ଖ ଭବନରେ ଜିଲାସ୍ତରୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଉଭୟ ବିଜେଡି ଓ ଭାଜପାର ଶତାଧିକ କର୍ମୀ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି ବୋଲି ସଭାପତି ଭୁଜବଳ ମାଝୀ କହିଛନ୍ତି । ବିଜେଡି ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏ ନେଇ ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ନେଇ ଦଳ ବଳ ଗୋଟାଉଛି ବୋଲି କୋଟପାଡର କଂଗ୍ରେସ ପ୍ରାର୍ଥୀ ଅନାମ ଦିଆନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦୀଲିପ ବେହେରା, ବୃନ୍ଦା ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର, ବଳରାମ ବେହେରା, ପ୍ରଦୀପ ସାହୁଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।