ଥାନାଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

 ରାଜନଗର: ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଜରିମୂଳସ୍ଥିତ ସାବିତ୍ରୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବର୍ତ୍ତନା ମହିଳା ସ୍ୱେଛାସେବୀ ସଙ୍ଗଠନ ଓ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ଅଧ୍ୟାପିକା ଭଗବତୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରାଜନଗର ଥାନାଧିକାରୀ ଅଜୟକୁମାର ଜେନାଙ୍କ ଏଠାରୁ ବଦଳି ହୋଇଯାଇଥିବା ଜଣାପଡିବା ପରେ ଉକ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ଅତିଥିଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଅନାଦୀଚରଣ ଜେନା, ସୀତାକାନ୍ତ ରାଉଳ, ପ୍ରଧାନ ଶିକ୍ଷକ ମାନସରଞ୍ଜନ ମିଶ୍ର, ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା, ସମିତି ସଭ୍ୟା ଶଶ୍ମିତା ସ୍ୱାଇଁ, ପ୍ରଧାନଶିକ୍ଷକ ବିରଞ୍ଚôନାରାୟଣ ବେହେରା ଓ ସମୀରଣ ମଣ୍ଡଳ ପ୍ରମୁଖ ଯୋଗଦେଇ ବିଦାୟୀ ଥାନାଧିକାରୀ ଶ୍ରୀ ଜେନାଙ୍କ  କର୍ମତତ୍ପରତା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସଂପାଦକ ସୁଶ୍ରୀକାନ୍ତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ  ।