ସ୍ପର୍ଶ ହସ୍ପିଟାଲ୍ରେ ଆର୍ନ୍ତଜାତୀୟ ସେବିକା ଦିବସ ପାଳନ

 ଭୁବନେଶ୍ୱର  : ବିଶ୍ୱ ସେବିକା ଦିବସ ଅବସରରେ ସେବିକା ମାନଙ୍କର ଅଟଳ ସମର୍ପଣ ଏବଂ ଗୁରୁତ୍ୱପୁର୍ଣ୍ଣ ଅବଦାନକୁ ସ୍ପର୍ଶ ହସ୍ପିଟାଲ୍ ସମ୍ମାନିତ କରୁଛି । “ଆମ ନର୍ସ । ଆମର ଭବିଷ୍ୟତ । ନର୍ସମାନଙ୍କର ଜନô ନେବା ଅର୍ଥନୀତିକୁ ସୃଦୃଢ଼ କରେ” ଏହି ବାର୍ତ୍ତା ଆନ୍ତର୍ଜାତୀୟ ନର୍ସ ପରିଷଦ ପକ୍ଷରୁ ଚଳିତ ବର୍ଷ ମନୋନୀତ କରାଯାଇଅଛି । ଏହି ଶକ୍ତିଶାଳୀ ବାର୍ତ୍ତା କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନୁହେଁ ବରଂ ଆମର ଅର୍ଥନୀତିର ଶକ୍ତି ପାଇଁ ନର୍ସିଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଦିବସର ଗୁରୁତ୍ୱ ଦିଏ । ପ୍ରତ୍ୟେକ ବର୍ଷ ମେ ମାସ ୧୨ ତାରିଖକୁ ଆର୍ନ୍ତଜାତୀୟ ସେବିକା ଦିବସ ଭାବରେ ପାଳନ କରାଯାଏ । ଚିକିସôା କ୍ଷେତ୍ରରେ ଯେମିତି ଡ଼ାକ୍ତରମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଠିକ୍ ସେହିଭଳି ସେବିକାମାନଙ୍କର ଚିକିସôା ଏବଂ ସେବାରେ ଭୂମିକା ସେତିକି ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନିଃସ୍ୱାର୍ଥପର ସେବା ଯତ୍ନ, ଏବଂ ଚିକିସôା ସେବା କ୍ଷେତ୍ରରେ ଉସôର୍ଗୀକୃତ ଅତୁଳନୀୟ ଅବଦାନକୁ ସମ୍ବର୍ଦ୍ଧିତ କରିବାପାଇଁ ସ୍ପର୍ଶ ହସ୍ପିଟାଲ୍ସ୍ର ମୁଖ୍ୟ ପରିଚାଳନା ଅଧ୍ୟକ୍ଷ ଡ଼ା. ପ୍ରିୟବ୍ରତ ଧୀରଙ୍କ ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରାଯାଇଥିଲା  । ଏହି ଅବସରରେ ସେବିକାମାନଙ୍କର ତ୍ୟାଗପୂତ ସେବା ସଂପର୍କରେ ସ୍ମୃତିଚାରଣ ସହିତ ସେବିକାମାନେ କିପରି ଆହୁରି ରୋଗୀମାନଙ୍କୁ ଉନ୍ନତମାନର ସେବା ଯୋଗାଦେଇପାରିବେ ସେ ବିଷୟରେ ଆଲୋକପାତ କରାଯାଇଥିଲା । ସେବିକାମାନଙ୍କ ରୋଗୀକଲ୍ୟାଣ ସେବାକୁ ପ୍ରୋସାହିତ କରିବା ପାଇଁ ଓଡ଼ିଶାର ରେଡ଼୍ ସ୍ୱ୍ୱସ୍ତିକ୍ ସଂସ୍ଥାର ରାଜକୋଷର ସଚିବ ଦେବାଶିଷ ପଟ୍ଟନାୟକଙ୍କ ପକ୍ଷରୁ ୪ଟି ରୋଗୀସେବା ହ୍ୱିଲ୍ ଚେୟାର ପ୍ରଦାନ କରିଥିଲେ । ନିର୍ମଳା ଟ୍ରଷ୍ଟର ପ୍ରତିଷ୍ଠାତା ନୃସିଂହ ଚରଣ ଧୀର,  ସ୍ପର୍ଶ ହେଲ୍ଥ କୟୋର୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ା. ପ୍ରିୟବ୍ରତ ଧୀର, କର୍କଟ ବିଭାଗ ବରିଷ୍ଠ ବିଶେଷଜ୍ଞ ତଥା କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ, ବିତ୍ତିୟ ଅଧିକାରୀ ସି.ଏ. ବିଧୁ ଭୂଷଣ ନାୟକ, ମସ୍ତିଷ୍କ ଏବଂ କର୍ଣ୍ଣ-ନାସା-ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡ଼ା. ରାଜେଶ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ସେବିକାମାନେ କିପରି ଆହୁରି ଉନ୍ନତି କରିବେ ସେହି ବିଷୟବସ୍ତୁ ଉପରେ ଆଲୋଚନା ସହିତ ତାଙ୍କ ପ୍ରଗତି ପାଇଁ ଉତ୍ତୋରତ୍ତର କାମନା କରିଥିଲେ ।