ସ୍ୱଚ୍ଛତା ପକ୍ଷ ପାଳିତ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୫ଦିନ ଧରି ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ତପନ ରାୟଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ୟାପନୀ ଉସôବରେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ମନୋଜ ପରିଡା ମୁଖ୍ୟଅତିଥି ଓ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱଚ୍ଛତା ପକ୍ଷ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ସ୍ମାରକୀ ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଜ୍ଞା ମାହାଳି ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ହରପ୍ରିୟା ସାହୁ, ପୂଜାରାଣୀ ମଳିକ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ସରସ୍ୱତୀ ପଲାଇ, ମମତା ଷଡ଼ଙ୍ଗୀ, ଗୀତାରାଣୀ ମିଶ୍ର, ନିବେଦିତା ଦାସ, ମିନତୀ ଜେନା, ହରିଶଙ୍କର ନାଥ, ଅଜୟ ସାହୁ, ଚନ୍ଦ୍ରଭାନୁ ମଳିକ, ଜନ୍ମେଜୟ ସ୍ୱାଇଁ, ବିଷ୍ଣୁ ଚରଣ ଧଳ, ଗଗନ ବିହାରୀ ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।