ମାଆ ସାରଳା ଫାଉଣ୍ଡେସନର ସ୍ୱନକ୍ଷେତ୍ର ଉତ୍ସବ
ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଠାରେ ଥିବା ସମାଜ ସେବୀ ଅନୁଷ୍ଠାନ ମା ସାରଳା ଫାଉଣ୍ଡେସନ ତାର ପ୍ରଥମ ସ୍ୱନକ୍ଷେତ୍ର ଉସôବ ତିର୍ତୋଲ ସ୍ଥିତ କୁମାର ଉସôବ ସମିତି ପ୍ରଙ୍ଗଣରେ ପାଳିତ ହୋଇଛି । ସେବାହିଁ ପରମ ଧର୍ମକୁ ଆପଣେଇ ନେଇଥିବା ଏହି ସମାଜ ସେବୀ ସଂସ୍ଥା, ବିଗତ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଅସହାୟ, ନିରାଶ୍ରୟ ପରିବାର ଓ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ସ୍ଥାନ ସୃଷ୍ଠି କରିଛ । ଆୟୋଜିତ ଉତ୍ସବରେ ତିର୍ତୋଲ ବିଧାୟକ ରବିନ୍ଦ୍ର କୁମାର ଭୋଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥିଭାବେ ଏରସମା ବାଲିକୁଦା ବିଧାୟକ ସାରଦା ଜେନା, ମୁଖ୍ୟଅତିଥି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇ ତିର୍ତ୍ତୋଲ, କୁଜଙ୍ଗ, ଏରସମାରୁ ଆସିଥିବା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।