୫ ଡ଼କାୟତ ସହ କବାଡିଆ ଗରିଫ: ମାରଣାସ୍ତ୍ର ସହ ବହୁ ସାମଗ୍ରୀ ଜବତ

 ବାଲିନ୍ଦ୍ରପୁର:  ମଙ୍ଗଳବାର ରାତିରେ ବାଲିଚନ୍ଦ୍ରପୁର ଓ ବଡ଼ଚଣା ପୁଲିସ ମିଳିତ ଭାବେ ୫ ଜଣ ଡ଼କାୟତଙ୍କ ସହ ଜଣେ କବାଡ଼ିଆକୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ ବାଲିଚନ୍ଦ୍ରପୁର ନିକଟସ୍ଥ ତୁଳସୀ ଢାବା ନିକଟରେ ଏକ ନିକାଂଚନ ଜାଗାରେ କିଛି ଲୋକ ପତରାଜପୁର ହାଇସ୍କୁଲ ନିକଟସ୍ଥ ଇଲେକଟ୍ରିକ୍ ଷ୍ଟକ୍ ୟାଡ଼ରୁ ଡ଼କାୟତି କରିବା ପାଇଁ ମସୁଧା କରୁଥିବା ବାଲିଚନ୍ଦ୍ରପୁର ପୁଲିସକୁ ଖବର ମିଳିଥିଲା । ପୁଲିସ ଉକ୍ତ ସ୍ଥାନରେ ଚଢାଉ କରି ଡ଼କାୟତଙ୍କୁ କାବୁ କରିବା ପରେ ପଚରା ଉଚରା କରିଥିଲା । ଯାଜପୁର ଏସପି ୟସପ୍ରତାପ ଶ୍ରୀମଲଙ୍କ ନିଦେ୍ର୍ଦଶ କ୍ରମେ ଯାଜପୁର ରୋଡ଼ ଡ଼ିଏସପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବାଲିଚନ୍ଦ୍ରପୁର ଆଇଆଇସି ସମରଜିତ୍ ନାୟକ ଓ ବଡ଼ଚଣା ଆଇଆଇସି ଅଶିତ୍ କୁମାର ବଳବନ୍ତରାୟ, ଏସଆଇ ହରିଶ ଚନ୍ଦ୍ର ସିଂହ, ସତ୍ୟରଞ୍ଜନ ସାହୁ ଓ ଶିବାସିଷ ଦାସଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଡ଼କାୟତ ମାନେ ବଡ଼ଚଣା, ଚଣ୍ଡିଖୋଲ, ଧର୍ମଶାଳା, ପାଣିକୋଇଲି, କୁଆଖିଆ, ଟାଙ୍ଗି, ଜଗତପୁର, ଚୌଦୁଆର, ସାଲେପୁର, ନେମାଳ, ବୟାଳିଶମୌଜା, ପିପିଲ, ଜଗତସିଂହପୁରର ବିଭିନ୍ନ ସ୍ଥାନରୁ ଡ଼କାୟତ କରିଥିବା ସ୍ୱୀକାର କରିଥିବା ବେଳେ ବିଶେଷ ଭାବେ ସେମାନେ ଚୋରି କରିଥିବା ଟ୍ରାନ୍ସଫର୍ମର କଏଲ, ତେଲ, ଲୁହା ପୋଲ ଓ ବିଭିନ୍ନ ମନ୍ଦିରରୁ ଦେବା ଦେବୀଙ୍କ ଅଳଙ୍କାର ପ୍ରଭୁତି ପୁଲିସ ଜବଦ୍ କରିବା ସହିତ ସେମାନେ ବ୍ୟବହାର କରୁଥିବା ଦୁଇଟି ବୋଲେରୋ ପିକଅପ୍(ଓ ଡ଼ି ୦୫ ବି ଆର ୪୭୪୧), (ଓ ଡ଼ି ୦୫ ବି ଏଲ ୦୪୧୬) ଓ ଗୋଟିଏ ଟାଟା ଏସି (ଓ ଡ଼ି ୦୫ ଏ ପି ୨୨୧୭), ବୋଲେରୋ (ଓ ଡ଼ି ୦୫ ୧୪୧), କଟର ମେଶିନ, ଓୟାର କଟର ମେଶିନ, ଗୋଟିଏ ଖଣ୍ଡା, ଗୋଟିଏ ଟଏ ବନ୍ଧୁକ, ୫ଟି ମୋବାଇଲ, ଆରି, ସ୍କୃଡ଼ାଇଭର ଆଦି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ । ଡ଼କାୟତ ବ୍ୟବହାର କରୁଥିବା ବୋଲେରୋ ଗାଡ଼ିଟିରେ ସାଇରନ୍ ଲାଇଟ୍ ବ୍ୟବହାର କରି ଡ଼କାୟତ କରୁଥିବା ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବା ବେଳେ ସର୍ବସାଧାରଣ ମାନେ ଆମ୍ବୁଲାନ୍ସ ଭାବି ସେମାନଙ୍କୁ ସନେ୍ଦହ ପରିସରକୁ ଆଣୁନଥିଲେ । ଗିରଫ ଡ଼କାୟତ ମାନଙ୍କର ବଡ଼ଚଣା ଥାନାରେ ୧୨ଟି ମାମଲା, କୁଆଖିଆରେ ୨ଟି, କୋରେଇରେ ୨ଟି, ପାଣିକୋଇଲରେ ୨ଟି, ପିପିଲରେ ୨ଟି, ଧର୍ମଶାଳା, ଜେନାପୁର ଓ ବାଲିଚନ୍ଦ୍ରପୁରରେ ଗୋଟିଏ ଲେଖାଏ ମାମଲା ଥିବା ଏସଡ଼ିପିଓ ସଂଜୟ କୁମାର ପଟ୍ଟନାୟକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଗିରଫ ଡ଼କାୟତ ମାନେ ଅନେ୍ଧରି ଜଗତପୁର ଅଂଳର ଦୁଷ୍ମନ୍ତ ଭୂୟାଁଙ୍କ ପୁଅ ଅମର (୨୮), ନଜରପୁର ଜଗତପୁର ଅଂଚଳର ଅନିଲ ରାଜବଂଶିଙ୍କ ପୁଅ ଜିତେନ୍ଦ୍ର ରାଜବଂଶି (୨୮), ଖୋର୍ଦ୍ଧା ବେଗୁନିଆ ଥାନା ଗୋପିନାଥପୁର ଅଂଚଳର ପ୍ରଶାନ୍ତ ଛୁଆଳସିଂହଙ୍କ ପୁଅ ଆଶିଶ (୧୮), ଜେନାପୁର ଥାନା ଅନ୍ତର୍ଗତ ଗଡ଼ମାଧପୁର ବସନ୍ତ ମଳିକଙ୍କ ପୁଅ ରିତୁଆ (୩୫), ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଅଂଚଳର ବିଚିତ୍ର ଦାସଙ୍କ ପୁଅ ରତିକାନ୍ତ  (୨୨) ହୋଇଥିବା ବେଳେ ଡ଼କାୟତ ସମାଗ୍ରୀ କିଣୁଥିବା ପଶ୍ଚିମବଙ୍ଗ ମୁସିଦାବାଦ ଜିଲ୍ଲା ବେଲଡ଼ଙ୍କ ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ସେକ୍ ଅମିରଙ୍କ ପୁଅ ସେକ୍ ଜହିରୁଲ (୧୮) ବୋଲି ଜଣାପଡ଼ିଛି । ତେବେ ଏମାନଙ୍କ ସହିତ ଡ଼କାୟତରେ ସାମିଲ ଥିବା ସନ୍ଦିଗ୍ଧ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ଏସ.ଆଇ ସୁରଥ କୁମାର ସାହୁ, ବିନତୀ ଦାସ, ସାରଥି ମହାନ୍ତି, ଏ.ଏସ.ଆଇ କେ ମୋଦି, ଉଦୟନାଥ ମଙ୍ଗରାଜ, ହାବିଲଦାର ରାଜ କିଶୋର ସ୍ୱାଇଁ, ସିମାନୀ ପ୍ରଭା ପଣ୍ଡା, ସଞ୍ଜୁକ୍ତା ଦାସ, ବେଙ୍ଗୁଲି ଜେନା, ମୃତୁ୍ୟଞ୍ଜୟ ବିଶ୍ୱାଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଭିନ୍ନ ସ୍ଥାନ ଚଢାଉରେ ସାମିଲ ଥିଲେ ।