ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଆନେ୍ଦାଳନ
ନୂଆପଡ଼ା,: ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଏବଂ ସ୍ଥାୟୀ ଚାକିରୀ ଦାବିକୁ ନେଇ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଗତ ୧୦ ତାରିଖରୁ ଧାରଣା ଅବ୍ୟାହତ ରହିଛି । ଆଜିକୁ ନଅ ଦିନ ହେବ ଧାରଣା ଜାରି ରହିଥିବାବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରିରହିବ ବୋଲି ସୂଚନା ମିଳିଛି । ସରକାରଙ୍କ ଯୋଜନାମୂଳକ କାର୍ଯ୍ୟକୁ ଲୋକାଭିମୁଖୀ କରିବା ଏବଂ ଜନସାଧାରଣ କିପରି ଏହାର ଲାଭ ଉଠାଇ ପାରିବେ ସେଦିଗରେ ସ୍ୱାସ୍ଥ୍ୟ ମିଶନ କର୍ମକର୍ତ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବାବେଳେ ଚାକିରୀ ସ୍ଥାୟୀ କରିବାକୁ ପ୍ରତିଶ୍ରୁତି ଦେଇ ଅଣଦେଖା କରାଯାଉଛି । ଯାହାକୁ ନେଇ କର୍ମଚାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି କର୍ମଚାରୀମାନେ ମାତୃ ମୃତୁ୍ୟହାର, ଶିଶୁ ମୃତୁ୍ୟ ହାର କମାଇବା ଠାରୁ ଆରମ୍ଭ କରି ମ୍ୟାଲେରିଆ, କୁଷ୍ଠ ରୋଗ ନିରାକାରଣ, ମାନସିକ ରୋଗ ଚିହ୍ନଟ ଏବଂ ଚିକିତ୍ସା, ଟିକାକରଣ, ଅଣସଂକ୍ରାମକ ରୋଗ ଚିହ୍ନଟ ଓ ନିରାକାରଣ ସହ ସମସ୍ତ ଡାକ୍ତରଖାନାକୁ କାୟାକଳ୍ପରେ ସାମିଲକରି ପ୍ରମାଣପତ୍ର ପ୍ରଦାନ ସହିତ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯଥା ମହାମାରୀ କରୋନାର ମଧ୍ୟ ସଫଳତାର ସହ ସଠିକ ପରିଚାଳନା କରିଛନ୍ତି । ପ୍ରସ୍ତାବିତ ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇବା ସତ୍ତ୍ୱେ କୌଣସି ସୁଫଳ ନହେବାରୁ ଗତ ୧୦ ତାରିଖରୁ ନୂଆପଡା ଜିଲ୍ଲା, ଖଡ଼ିଆଳ ସମେତ ସାରା ଓଡିଶାର ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଛି । ଆନେ୍ଦାଳନ ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯଥା ଯକ୍ଷ୍ମା, ମ୍ୟାଲେରିଆ ରୋଗୀଙ୍କ ଗୃହ ପରିଦର୍ଶନ, ମାନସିକ, ଅଣ ସଂକ୍ରମଣ ରୋଗର ଚିହ୍ନଟ ପ୍ରକ୍ରିୟା, ଜିଲ୍ଲାର ଅନେକ ପ୍ରଶିକ୍ଷଣ ପ୍ରକ୍ରିୟା, ଏନଏଚଏମ ମାଧ୍ୟମରେ ହେଉଥିବା ଏନେକ ଆର୍ଥିକ କାରବାର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ନିକଟଙ୍କୁ ଆର୍ଥିକ ରାଶି ପଠାଇବା ଆଦି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ତେବେ ଅପେକ୍ଷା ସରକାର ତାଙ୍କ ଦାବିକୁ କେବେ ଶୁଣି ଚାକିରୀ ସ୍ଥାୟୀ କରିବେ ।