ବ୍ରାଉନସୁଗାର ଜବତ, ଜଣେ ଗିରଫ
ତାଳଚେର : ତାଳଚେର ଅଞ୍ଚଳରେ ଧଳାଜହର କାରବାର ବୃଦ୍ଧି ପାଉଥିବାବେଳେ ବେଳେ ଗତକାଲି କୋଲିୟରୀ ପୁଲିସ୍ ଜଣେ ବ୍ୟବସାୟୀକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମର ଡ୍ରଗ୍ସ ମାଫିଆ ଅପିନ ଦାସ (୩୧) । ସେ ଅନନ୍ତ ବିହାର ଠାରେ ଏକ ଦୋକାନ ଘରେ ମାରତ୍ମକ ପାଉଡ଼ର ବିକି୍ର କରି ନିଜର ସାମ୍ରାଜ୍ୟ ଚଳାଇଥିଲେ । କୌଣସି ସୂତ୍ରରୁ କୋଲିୟରୀ ପୁଲିସ୍ ଖବର ପାଇ ଆତର୍କିତ ଚଢ଼ାଉ କରି ତାକୁ କାବୁ କରିଥିଲା । ସମ୍ପୃକ୍ତ ବ୍ୟବସାୟୀଙ୍କ ଠାରୁ ପୁଲିସ୍ ୭ଗ୍ରାମ ବ୍ରାଉନସୁଗାର, ଯାହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କା ଓ ସେ ପୂର୍ବରୁ ଏହି ଧଳାଜହର ବ୍ୟବସାୟ କରି ୨୨ହଜାର ଟଙ୍କାକୁ ଜବତ କରିଥିବା ଜଣାପଡ଼ିଛି । ଏଥିରେ ବ୍ୟବହୃତ ମୋଟରସାଇକେଳ ଓ ମୋବାଇଲକୁ ଜବତକରି ଆଜି ସମ୍ପୃକ୍ତ ମାଫିଆକୁ କୋର୍ଟଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ କୋଲିୟୀ ପୁଲିସ୍ ତଦନ୍ତ ଜାରି ରଖିଛି । ପୁଲିସର ଆଗ୍ରହ ଓ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହେଲା ବୋଲି କୁହାଯାଉଥିବା ବେଳେ ତାଳଚେର ଟାଉନ ଥାନା ନାକ ତଳେ ପ୍ରଚୁରମାତ୍ରାରେ ଧଳାଜହର ବିକି୍ର ହେଉଥିବା ବେଳେ ଏଠାରେ ପୋଲିସ୍ ଓ ଅବକାରୀ ବିଭାଗ କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।