ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପାରାଦୀପ: ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ ଅବସରରେ ବନ୍ଦର ମୁଖ୍ୟ ପ୍ରବେଶ ପଥ ଅଠର ବାଙ୍କୀରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଡି ଚଳାଉଥିବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବା, ହେଲମେଟ ଓ ସିଟବେଲ୍ଟ ପରିଧାନ ଓ ଗାଡି ଚାଳନ ବେଳେ ନିଶାଦ୍ରବ୍ୟ ସେବନ ନ କରିବା ଯାହାଫଳରେ ଦୁର୍ଘଟଣାକୁ ପ୍ରତିହତ କରିହେବ ସେ ଦିଗରେ ବୁଝା ଯାଇଥିଲା । ଚାଳକଙ୍କ ଗାଡିରେ ବିଭିନ୍ନ ସଚେତନ ବାର୍ତ୍ତା ଲେଖା ଯିବା ସହିତ ସେମାନଙ୍କୁ ଗୋଲାପ ଫୁଲ ଓ ଚକ୍ଲେଟ ଦେଇ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଗଠନ ସଦସ୍ୟ ମୁଖ୍ୟ ଅମିୟ ପ୍ରସାଦ ଦାସ, ଦେବିପ୍ରସାଦ ସାହୁ, ବିଷ୍ଣୁ ଚରଣ ମୁଦୁଲି, ଭଞ୍ଜକିଶୋର ମଲ୍ଲିକ, କବିନ୍ଦ୍ର ସେଠି, ଦେବବ୍ରତ ପତି, କିଶୋର ମହାନ୍ତି, ଜଗଦୀଶ ମଣ୍ଡଳ, ବ୍ରଜଗୋପଲ ମାଝୀ, କୈବଲ୍ୟ ସାହୁ, ଗୋପାଳ ମଣ୍ଡଳ, ସୁଧୀର ପରିଡ଼ା, ନରେନ ବର୍ମନ, ରାଜକିଶୋର କାଣ୍ଡି, ରାକେଶ ନାୟେକ, ନିହାର ବାରିକ, ଦେବକଲ୍ୟାଣ ମହାପାତ୍ର ପରମୁଖ ଉୁପସ୍ଥିତ ଥିଲେ ।