ଓଡ଼ିଶା ଖଣି ନିଗମର ଲୋକ ଦେଖାଣିଆ ସ୍ୱାସ୍ଥ୍ୟ ଶିବିର
ାା ପ୍ରଭାନୁ୍ୟଜ ।ା କାଳିଆପାଣି : ଓଡିଶା ଖଣି ନିଗମ ସୁକୁରଙ୍ଗି ଖଣି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ‘ଆରୋଗ୍ୟ'କଅଁସଗ୍ରାମ ପଞ୍ଚାୟତ ଟିକରପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ସମସ୍ତ ମହିଳା, ପୁରୁଷଙ୍କ ସମେତ ଛୋଟ ପିଲାମାନେ ଆସି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣାରେ ଔଷଧ ଦିଆଯାଇଥିଲା । କଅଁସ ସରପଞ୍ଚ ରାଜାରାଣୀ ଦେହୁରୀ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଖଣି ନିଗମ କାଳିଆପାଣିର ଡାକ୍ତର ବିଶ୍ୱଜିତ ବେହେରା ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କାଳିଆପାଣି ଡାକ୍ତରଖାନାର ସମସ୍ତ କର୍ମଚାରୀ, ସାମାଜିକ ଦାଇତ୍ୱ ବୋଧ ବିଭାଗ ବରିଷ୍ଠ ଅଧିକାରିଣୀ ସରୋଜିନୀ ବ୍ରହ୍ମା, ପର୍ଯ୍ୟବେକ୍ଷକ ସୂର୍ଯ୍ୟକାନ୍ତ ବେହେରା, କର୍ମଚାରୀ ସଂଘ ସମ୍ପାଦକ ମଧୁସୁଦନ ପୃଷ୍ଟି, ନିଶିକାନ୍ତ ମହାରଣା, ହିନ୍ଦୁରାମ ଚାଖି ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ସମୁଦାୟ ୧୧୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଖଣି ନିକଟରେ ଥିବା ଗୁହ୍ୟାଶାଳରେ ଚର୍ମ ରୋଗ ବ୍ୟାପୁଥିବା ବେକେ ଖଣି ନିଗମ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହେଉଛି ।
ଅନ୍ୟପଟରେ ସୁକୁରୁଙ୍ଗି ଖଣିର ମାଟି ଡ଼ମ୍ପରୁ ବର୍ଷରେ ନିକେଲ୍ ଧୋଇ ହୋଇ ଏକର ଏକର ଚାଷ ଜମିରେ ନିକେଲ୍ ଆଚ୍ଛାଧିତ ହୋଇଥିବା ବେଳେ ଚାଷ ଜମିରେ ଚାଷ ହେଉନଥିବା ବେଳେ ଏହି ଦିଗରେ ଓଡ଼ିଶା ଖଣି ନିଗମ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁନାହିଁ । ଖଣି ପ୍ରଭାବିତ ଲୋକଙ୍କ ପାଇଁ ଖଣି ନିଗମ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଅପହଁଚ ଅଞ୍ଚଳରେ ପହଁଚି ଲୋକଦେଖାଣିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ଲୋକ ଦେଖାଣିଆ କହିଲେ ଅତ୍ୟୁକ୍ତି ହେବନାହିଁ ।