ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଉଦଘାଟିତ :ସେମିରେ ବାସୁଦେବପୁର ଉକଳିକା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବଜାର ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ରବିବାର ହରମୋହନ ମହାପାତ୍ର ସ୍ମାରକୀ କି୍ରକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି । ସବଇନିସପେକ୍ଟର ଇଭାରାଣୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସମାଜସେବୀ ରଜନୀକାନ୍ତ ଚନ୍ଦ, ଲଳିତ ରାଉତ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ, ଗିରିଶ ସାମଲ, ଦିବ୍ୟଜ୍ୟୋତି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ଦିବସର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ବାଲେଶ୍ୱର ୟୁ ଆଣ୍ଡ ମି ଦଳ ସହ ବାସୁଦେବପୁର ଉକôଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକôଳିକା ଦଳ ଅଧିନାୟକ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟି କରି ୟୁ ଆଣ୍ଡ ମି ଦଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୬୭ ରନ ସ୍କୋର କରିଥିଲେ । ବ୍ୟାଟ୍ସମ୍ୟାନ ଦିନବନ୍ଧୁ ବେହେରା ସର୍ବାଧିକ ୩୦ ରନ ହାସଲ କରିଥିଲେ । ବିପକ୍ଷ ବୋଲର ମାନସ ମୁଦୁଲି ୪ ଓଭର ବୋଲିଂ କରି ୨୩ ରନ ବିନିମୟରେ ୩ ଉଇକେଟ ଓ ରାକେଶ ପଣ୍ଡା ୪ ଓଭର ବୋଲିଂ କରି ୧୭ ରନ ବିନିମୟରେ ୨ଉଇକେଟ ଅକ୍ତିଆର କରିଥିଲେ । ଉକôଳିକା ଦଳ ୧୫.୩ ଓଭରରେ ୬ ଉଇକେଟ ହରାଇ ୧୬୮ ରନ କରି ମ୍ୟାଜ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲେ । ଦଳ ପକ୍ଷରୁ ବସନ୍ତ ମହାଳିକ ୫୯ ଓ ସାଭଲିନ ମଲ୍ଲିକ ୫୮ ରନ ସ୍କୋର କରିଥିଲେ । ବିପକ୍ଷ ବୋଲର ମାନସ ପାତ୍ର ୪ ଓଭର ବୋଲିଂ କରି ୫୫ ରନ ଦେଇ ୩ ଉଇକେଟ ଓ ରୋନାଲ୍ଡ ଦାସ ୩ ଓଭର ବୋଲିଂ କରି ୨୪ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ମାନସ ମଲ୍ଲିକ ମ୍ୟାନ ଅଫ ଦି ମ୍ୟାନ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଅଶୋକ ରାଉ ଓ ରାମଚନ୍ଦ୍ର ଦାସ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶୋଭନ ଶଙ୍ଖୁଆ ଓ ଜ୍ୟୋତିରଞ୍ଜନ ଚନ୍ଦ ସ୍କୋରର, ପ୍ରଦୀପ ଜେନା ଓ ମନୋରଞ୍ଜନ ନାୟକ ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ । ସୋମବାର ୨ୟ କ୍ୱାଟର ଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍ ୧୧ ସହ ଯାଜପୁର ଇଞ୍ଜନପୁର ଦଳ ମଧ୍ୟରେ ଅନୁଷ୍ଠିତ ହେବ ।