ହାଇସ୍କୁଲ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି

 ଅନୁଗୋଳ :  ଅନୁଗୋଳ ସରକାରୀ ହାଇସ୍କୁଲର ଶତବାର୍ଷିକୀ ସମାରୋହ ପାଳନ ନିମନ୍ତେ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଅନୁଗୋଳ ବିଧାୟକ ତଥା ଶତବାର୍ଷିକୀ ପାଳନ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଆଲୋଚନାରେ ବିଧାୟକ ନିଜେ ଦିଲ୍ଲୀ ଯାଇ ଅତିଥିମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ବୈଠକରେ କହିଥିଲେ । ବିଦ୍ୟାଳୟରେ ୧୫୦୦ଜଣ ବସିବା ଭଳି ଏକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ସେ ଅବଗତ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ । ବୈଠକରେ ଶତବାର୍ଷିକୀ ପାଳନ କରିବା ନିମନ୍ତେ ଗଠିତ ଅର୍ଥ କମିଟି, ସ୍ମରଣିକା କମିଟି, ସାଂସ୍କୃତିକ କମିଟି, ମିଡ଼ିଆ କମିଟି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କମିଟିର କାର୍ଯ୍ୟକାରୀ ସଭାପତି ଡ଼.ତ୍ରିଲୋଚନ ପ୍ରଧାନ, ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ପ୍ରିୟବତ ମାଝୀ, ପୂର୍ବତନ ପ୍ରଧାନଶିକ୍ଷକ ଶୈଳେଶ ଚନ୍ଦ୍ର ଦାଶଗୁପ୍ତା, ବ୍ରଜକିଶୋର ମିଶ୍ର, ଡ଼.ପ୍ରଭାତ ପଣ୍ଡା, ବସନ୍ତ ଦାସ, ଶକ୍ତି ପଟ୍ଟନାୟକ, କୁମୁଦ ଚନ୍ଦ୍ର ଦାସ, ଦ୍ୱାରିକା ପ୍ରସାଦ ନନ୍ଦ, ଦିଲ୍ଲୀପ ଦାସ, ପ୍ରଦୀପ ଦେବତା, ବସନ୍ତ ପ୍ରଧାନ, ବାସୁଦେବ ହୋତା, ରବୀନ୍ଦ୍ର ମହାରଣା, ଈଶ୍ୱର ସାହୁ, କୈଳାସ ନାୟକ, ସରୋଜ ସାହୁ, ରୁଚିର ପାଣିଗ୍ରାହୀ, ମନୋରଞ୍ଜନ ପାଣି, ଚନ୍ଦ୍ରକାନ୍ତ ଧଳ, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ, ଭାସ୍କର ସାହୁ, ଅଜୟ ପ୍ରଧାନ, ସୁଧାଂଶୁ ମୋହନ ଦ୍ୱିବେଦୀ, ସ୍ମୃତି ରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ନନ୍ଦ, ରଞ୍ଜିତ ପାତ୍ର, ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ତ୍ରିପାଠୀ, ଶିକ୍ଷୟତ୍ରୀ ମନ୍ଦାକିନୀ ସାହୁ, ସ୍ୱିତପ୍ରଜ୍ଞା ଗଡ଼ନାୟକ, ରାଗେଶ୍ୱରୀ ବେହେରା, ଅଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଶତପଥୀ ଧନ୍ୟବାଦ ଦେଇଥିଲେ ।