ଏସବିଆଇ ଏଟିଏମ ଅଚଳ
ଆସିକା ସହର ମଧ୍ୟରେ ଥିବା କିଛି ଏଟିଏମ କାଉଣ୍ଟର ମାସେ ହେଲା ବନ୍ଦ ହୋଇ ରହିଥିବା ଦେଖିବାକୁ ମିଳୁଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ସେବା ପକ୍ଷରୁ ଲୋକ ମାନଙ୍କୁ ସହଜ ଟଙ୍କା ଉଠାଣ ନିମନ୍ତେ ଏଟିଏମ ସେବା ଖୋଲା ଯାଇଥିଲା । ଗ୍ରାହକ ମାନେ ଆଉ ବ୍ୟାଙ୍କକୁ ନଯାଇ ଏହି ଏଟିଏମରେ ଟଙ୍କା ଉଠାଣ ଏବଂ ଜମା କରିବାର ସୁବିଧା ପାଉଥିଲେ । ଯାହାଫଳରେ ଲୋକେ ବ୍ୟାଙ୍କକୁ ଯାଇ ଲମ୍ବା ଧାଡିରେ ଛିଡା ହୋଇ ସମୟ ନଷ୍ଟ କରିବାକୁ ପଡୁ ନଥିଲା । କିନ୍ତୁ ଗତ ଏକ ମାସରୁ ଉର୍ଦ୍ଧ ସମୟ ହେବ ସହରରେ ଥିବା ମହାତ୍ମା ଗାଡି ରୋଡ, ବାଣୀବିହାର ଛକରେ ଥିବା ଏଟିଏମ କାଉଣ୍ଟର ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡି ରହିଛି । ଫଳରେ ଲୋକେ ଟଙ୍କା ଡିପୋଜିଟ ଏବଂ ଉଠାଣ କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଏଟିଏମ କାଉଣ୍ଟର ବନ୍ଦ ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ପଚାରିବାରୁ ଆପାତହଃ ଏଟିଏମ ନେଇଥିବା ସଂସ୍ଥା କିଛିଦିନ ତଳେ ପରିବର୍ତନ ହୋଇଥିବାରୁ ଏଭଳି ଅସୁବିଧା ଉପୁଜିଥିବା ପ୍ରକାଶ କରିଛନ୍ତି । ତାଙ୍କରି ଅଧୀନରେ ଏହି ଦୁଇଟା ଏଟିଏମ ଆସୁନଥିବାରୁ ଏହାରି ଉପରେ ସଠିକ କହି ପାରିନଥିଲେ ବ୍ୟାଙ୍କ କର୍ତ୍ତୁପକ୍ଷ । କିନ୍ତୁ ଜମାକାରୀଙ୍କ ଠାରୁ ବର୍ଷକୁ ଏଟିଏମ ସେବା ବାବଦକୁ ଜମା ଖାତାରୁ ଟଙ୍କା କାଟୁଥିବା ଦେଖା ଦେଇଛି । ଯଥା ଶୀଘ୍ର ଏହି ଏଟିଏମ ସେବା ଖୋଲି ଜମାକାରୀ ମାନଙ୍କୁ ଟଙ୍କା ଉଠାଣର ସୁବିଧା ସୁଯୋଗ ଦେବାକୁ ସାଧାରଣରେ ଦାବୀ ହେଉଛି ।