ବିଶ୍ୱ ଏଡ୍ସ ଦିବସ ପାଳିତ 

 ଭୁବନେଶ୍ୱର : ପାହାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଛି । ଏହି ଅବସରରେ ହସ୍ପିଟାଲର ସଭା ଗୃହରେ ଏକ ସଚେତନତା ସଭା ଆୟୋଜିତ ହୋଇଛି । ମେଡିକାଲ ଅଫିସର ଡ. ପ୍ରତୁ୍ୟଷ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହସ୍ପିଟାଲର ଫାର୍ମାସିଷ୍ଟ ଶତ୍ରୁଘନ ମାଣ୍ଡୋଇ, ଫିଜିଓଥେରାପିଷ୍ଟ ଡାକ୍ତର ପରେଶ ପାତ୍ର, ନର୍ସିଂ ଅଫିସର ଅର୍ଚ୍ଚନା ଦଳାଇ, ଭାଗ୍ୟଶ୍ରୀ ଦାଶ, ଲାବ୍ ଟେକ୍ନିସିଆନ ନମିତା ବେହେରା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ରୋଗୀମାନେ ମଧ୍ୟ ଏହି ସଚେତନତା ସଭାରେ ଯୋଗ ଦେଇ ଏଡସ୍ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ । ଡ. ନାଗ୍, ଫାର୍ମାସିଷ୍ଟ ଓ ଫିଜିଓଥେରାପିଷ୍ଟ ଡାକ୍ତର ଏଡସ୍ ନେଇ ସଚେତନ ହେବା ସହ ଏହାର ନିରାକରଣ ଦିଗରେ ଆଲୋଚନା କରିଥିଲେ ।