ବିଦୁ୍ୟତ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୩୦ରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧର୍ମଘଟ
।ା ପ୍ରଭାନୁ୍ୟଜ ।ା ନୀଳଗିରି : ଟିପିଏନଓଡିଏଲ୍ର ନୀଳଗିରି ବିଦୁ୍ୟତ୍ ବିଭାଗର ମିତ୍ରପୁର ସେକ୍ସନ ଅଧିନସ୍ଥ ନରସିଂହପୁର ଗ୍ରାମରେ ଜଣେ ବିଦୁ୍ୟତ୍ ଗ୍ରାହକ ନିଜ ଘରେ ଅନଧିକୃତ ଭାବେ ହୁକ୍ ପକାଇ ଲାଇନ୍ ସଂଯୋଗ କରିଥିବାବେଳେ ଟାଟା ପାୱାର କର୍ମଚାରୀ ପହଞ୍ଚô ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରିବା ଘଟଣାରେ ବିଭାଗର ୭ଜଣ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ବିଭାଗ ପକ୍ଷରୁ ଗତ୨୩ ତାରିଖରେ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ମାତ୍ର ଅଭିଯୋଗର ଚାରିଦିନର ପରେ ବି ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିବା ସହିତ ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଆସନ୍ତା ୩୦ରୁ ବିଦୁ୍ୟତ୍ ବିଭାଗର ନୀଳଗିରି ଅଫିସ ସମ୍ମୁଖରେ ବାସି ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ଉପରିସ୍ଥ ଅଧିକାରୀ ଏବଂ ପୁଲିସ ପ୍ରଶାସନକୁ ଏକପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୦/୨୫ଦିନ ପୂର୍ବରୁ ମିତ୍ରପୁର ସେକ୍ସନ ଅଧିନସ୍ଥ ନରସିଂହପୁର ଗ୍ରାମରେ ବିଭାଗୀୟ ସ୍କ୍ୱାର୍ଡ (ଏସବିଆର) ଟିମ୍ ପହଞ୍ଚô ଚଢାଉ କରିଥିଲେ । ହେଲେ ଏଥିରେ କିଛି ଗ୍ରାମବାସୀ ଅସନ୍ତୁଷ୍ଟ ଥିଲେ । ସେହିପରି ଗତ ୨୩ତାରିଖ ଶୁକ୍ରବାର ଦିନ ଉକ୍ତ ଗାଁକୁ ବିଦୁ୍ୟତ୍ ବିଭାଗର ମିତ୍ରପୁର ସେକ୍ସନ ଯନ୍ତ୍ରୀ ବିଦୁ୍ୟତ୍ କୁମାର ଦାସଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଯାଇଥିବାବେଳେ ଗାଁର ରଞ୍ଜନ ନାୟକଙ୍କ ଘରେ ଅନଧିକୃତ ଭାବରେ ସଂଯୋଗ କରାଯାଇଥିବା ହୁକ୍ ଲାଇନ୍କୁ ଖୋଲି ଦେଇଥିଲେ । ଯେତେବେଳେ କି ତାଙ୍କ ଘରେ ପୂର୍ବରୁ ଏକ ବିଦୁ୍ୟତ୍ ସଂଯୋଗ ରହିଛି । ତେବେ ଜୋରିମାନା ସହିତ ପୂର୍ବ ବିଲ୍ ସଂପର୍କରେ କଥା ହେବା ପାଇଁ ବିଭାଗୀୟ କାର୍ଯ୍ୟାଳୟ ଯାଇ ସମାଧାନ କରିବାକୁ ଯନ୍ତ୍ରୀ ଶ୍ରୀ ଦାସ କଥାବାର୍ତ୍ତା ହେଉଥିବାବେଳେ ପୂର୍ବରାଗ କାରଣରୁ ଉପଭୋକ୍ତାଙ୍କ ପୁଅ କାହ୍ନୁ ଓରଫ୍ ଜୁକ, ରାଜା ପଣ୍ଡା, ଚିତ୍ତରଞ୍ଜନ ସିଂହ, ଜଗା ନାୟକ, କୁନା ସ୍ୱାଇଁ ପ୍ରମୁଖ ଏକତ୍ରିତ ହୋଇ ବିଦୁ୍ୟତ୍ ବିଭାଗର କର୍ମଚାରୀମାନଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ବାଉଁଶ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥିରେ କିଛି କର୍ମଚାରୀ ରକ୍ତାକ୍ତ ହୋଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ଆକ୍ରମଣରେ ମିତ୍ରପୁର ଏସସିଓ (ରାଜସ୍ୱ) ସନ୍ତୋଷ କୁମାର ସ୍ୱାଇଁ, ବିକ୍ରମକେଶରୀ ଦାସ, ଭବାନୀଶଙ୍କର ବେହେରା, ଶ୍ରୀକାନ୍ତ କୁମାର ଦାସ, ଶୁଭମ କୁମାର ରାଉତ, ହୃଷୀକେଶ ନାୟକ ପ୍ରମୁଖ କର୍ମଚାରୀ ଆହତ ହୋଇ ନୀଳଗିରି ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି । ମିତ୍ରପୁର୍ ସେକ୍ସନ ଜେଇଙ୍କ ଲିଖିତ ଏତଲା ମୂଳେ ନୀଳଗିରି ଥାନାରେ ୨୭୩/୨୪ରେ ମାମଲା ରୁଜୁ ହୋଇଥିଲାବେଳେ ଆଜକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କର୍ମଚାରୀଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ସେପଟେ ମାଡ ମାରିଥିବା ଅଭିଯୁକ୍ତମାନେ ଏବେ ଖୁଲମଖୁଲା ବିଚାରଣ କରିବା ସହିତ ଆମ ଗ୍ରାମକୁ ଆସିଲେ ଆମେ ଆଉ ଛାଡିବୁ ନାହିଁ ବୋଲି ଓଲଟା ଧମକ ଦେଉଛନ୍ତି । ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମକୁ ଯାଇ ବିଦୁ୍ୟତ୍ ବିଲ ସଂଗ୍ରହ ଠାରୁ ଆରମ୍ଭ କରି ବିଦୁ୍ୟତ ମରାମତି କରିବାରେ ଜୀବନ ପ୍ରତି ବିପଦ ଥିବାରୁ ଆଗାମୀ ୨୯ ସୁଧା କାର୍ଯ୍ୟାନୁଷ୍ଠାନ ନ ହେଲେ ୩୦ ପାଖରୁ ଧର୍ମଘଟ ପାଇଁ କର୍ମଚାରୀମାନେ ଦୃଢ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଏକ୍ସଜୁ୍ୟଟିଭି ଇଞ୍ଜିନିୟର, ଜିଲ୍ଲାପାଳ, ଉପଜିଲ୍ଲାପାଳ, ନୀଳଗିରି ଏସଡିପିଓ ଏବଂ ନୀଳଗିରି ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି ।