୧୦୮ ଆମ୍ବୁଲାନ୍ସ ପଙ୍କଚର, ରୋଗୀ ହନ୍ତସନ୍ତ

 କାକଟପୁର : ବାରମ୍ବାର ଅଭିଯୋଗ ସତ୍ତ୍ୱେ ସୁଧୁରୁ ନାହିଁ ୧୦୮ ଆମ୍ବୁଲାନ୍ସ ଗାଡି ସମସ୍ୟା  । ଯାହାଫଳରେ ରୋଗୀ ନେବା ସମୟରେ ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଆଗରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ (୧୦୮) ଅଚଳକୁ ନେଇ ଖବର ପ୍ରସାରଣ ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ଆଜି ପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ । ଆଜି ବି ଏହିଭଳି ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି ଏପରିକି ଗୁରୁତ୍ୱର ରୋଗୀଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା  । ସୂଚନା ମୁତାବକ ଅସ୍ତରଙ୍ଗ କଣ୍ଟାପଡା ବାମଦେଇପୁର ଗ୍ରାମର ଜାନକୀ ଦାସଙ୍କ ୪୨ ବର୍ଷୀୟା ଝରଣା ଦାସ କୌଣସି କାରଣରୁ ଫିନାଇଲ ପି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନ ସମୟରେ ଚିକିସôା ପାଇଁ ପହଞ୍ଚିଥିଲେ । ସେଠି ଉପସ୍ଥିତ ଡାକ୍ତର ରୋଗୀଙ୍କୁ ପ୍ରାଥମିକ ଚିକିସôା କରାଇଥିଲେ ମାତ୍ର ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଥିଲେ  । ନିକଟରେ ଆମ୍ବୁଲାନ୍ସ ନଥିବାରୁ ଦୂରରୁ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଆମ୍ବୁଲାନ୍ସଟି କାକଟପୁରରେ  ପଞ୍ଚର ହୋଇଥିଲା । ଗାଡିରେ ଟାୟାର ଖୋଲିବାକୁ ଥିବା ସରଞ୍ଜାମ କାମ କରିନଥିଲା  । ଆମ୍ବୁଲାନ୍ସ କର୍ମଚାରୀ ଅନ୍ୟ ଗ୍ୟାରେଜ ଯାଇ ସରଞ୍ଜାମ ଆଣି ଟାୟର ବଦଳାଇ ବିଳମ୍ବରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ବାଟରେ ଗୁରୁତ୍ୱର ଅବସ୍ଥାରେ ରୋଗୀଟିଏ ଜୀବନ ସହିତ ଲଢ଼େଇ କରିଥିଲେ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ୧୦୮ ଆମ୍ବୁଲାନ୍ସ ସେବାରେ ସନେ୍ଦହ ସୃଷ୍ଟି ହୋଇଛି ।