୧୨ ବର୍ଷ ପରେ ଆସିଲା ରାୟ; ୪ ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା
ବହୁ ଚର୍ଚ୍ଚିତ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା
ଭୁବନେଶ୍ୱର, ୨୮ା୧ : ରାଜଧାନୀରେ ବହୁ ଚର୍ଚ୍ଚିତ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲାରେ ଆସିଛି ବଡ଼ ରାୟ । ହତ୍ୟାକାଣ୍ଡର ୧୨ ବର୍ଷ ପରେ ଭୁବନେଶ୍ୱର ଏଡିଜେ ୩ କୋର୍ଟ ମଙ୍ଗଳବାର ମାମଲାର ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ ସାମିଲ ୪ ଦୋଷୀ ବିଜୟ ଯାଦବ, ବୁଟୁ ଜେନା, ପ୍ରିୟରଞ୍ଜନ ପତି ଓ ରଞ୍ଜିତ ଜେନାଙ୍କୁ ଆଜୀବନ ସଜ୍ଜା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ସେପ୍ଟେମ୍ବର ୧୪ ତାରିଖ ସକାଳୁ ସକାଳୁ ରାଜଧାନୀରେ ଖେଳିଯାଇଥିଲା ଏକ ଚାଞ୍ଚଲ୍ୟକର ଖବର । ଆଚାର୍ଯ୍ୟ ବିହାର ପାଣିଟାଙ୍କି ନକଟରେ ରହୁଥିବା ବରିଷ୍ଠ ନାଗରିକ ଦମ୍ପତି କୁଞ୍ଜବିହାରୀ ପାଣିଗ୍ରାହୀ ଓ ତାଙ୍କ ପନôୀ ଜ୍ୟୋସ୍ନା ପାଣିଗ୍ରାହୀଙ୍କୁ ସେମାନଙ୍କ ଘର ଭିତରେ ବୀଭସô ଭାବେ ହତ୍ୟା କରାଯାଇଥିଲା । ପୁଲିସ ତଦନ୍ତ ବେଳେ ପାଣିଗ୍ରାହୀ ଦମ୍ପତିଙ୍କ ଏକ ଡାଏରି ଯାଞ୍ଚ କରୁ କରୁ ହତ୍ୟାକାରୀଙ୍କ ବାବଦରେ ସୁରାକ ପାଇଥିଲା । ପରେ ହତ୍ୟାକାଣ୍ଡର ପ୍ରାୟ ଗୋଟିଏ ସପ୍ତାହ ପରେ ଧରାପଡିଥିଲେ ୪ ହତ୍ୟାକାରୀ ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ଏକ ଘରୋଇ କଲେଜରେ ବିବିଏ ପଢ଼ୁଥିବା ଅଣଓଡିଆ ଛାତ୍ର ବିଜୟ ଯାଦବ ଥିଲା ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ବରିଷ୍ଠ ନାଗରିକ ଦମ୍ପତି କୁଞ୍ଜବିହାରୀ ପାଣିଗ୍ରାହୀ ଓ ତାଙ୍କ ପନôୀ ଜ୍ୟୋସ୍ନା ପାଣିଗ୍ରାହୀ ନିଜ ଘରେ ଏକ ମେସ୍ ଚଳାଉଥିଲେ । ପାଖାପାଖି ୯୦ ଅନ୍ତେବାସୀ ଏହି ମେସ୍ରେ ରହୁଥିଲେ । ଭଲ ପେନ୍ସନ୍ ପାଉଥିବା ଏହି ଦମ୍ପତି । ମେସ୍ରୁ ବି ଭଲ ରୋଜଗାର କରୁଥିଲେ । ତେଣୁ ଏହି ଦମ୍ପତିଙ୍କୁ ଲୁଟି ବିପୁଳ ସୁନା ଗହଣା ଓ ଟଙ୍କା ପାଇବା ନେଇ ହତ୍ୟାକାରୀଙ୍କ ଯୋଜନା ରହିଥିଲା ଏବଂ ଦମ୍ପତିଙ୍କୁ ହତ୍ୟା କରିବାକୁ ମାଷ୍ଟରପ୍ଲାନ ତିଆରି କରିଥିଲା ହତ୍ୟାକାରୀ ବିଜୟ ଯାଦବ । ପରେ ୨୦୧୨ ସେପ୍ଟେମ୍ବର ୧୪ ତାରିଖ ବିଳମ୍ବିତ ରାତିରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ୪ ଅଭିଯୁକ୍ତ । ସକାଳୁ ଖେଳିଯାଇଥିଲା ଚାଞ୍ଚଲ୍ୟକର ଖବର ।