୧୫ରୁ ହିଙ୍ଗୁଳା ପୀଠରେ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା

 ତାଳଚେର :  ପବିତ୍ର ରଜ ସଂକ୍ରାନ୍ତି ପାଳନ ଅବସରରେ ତାଳଚେରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ’ ପକ୍ଷରୁ ୧୩ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଚଳିତ ମାସ ୧୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅତିବଡୀ ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତରୁ ସମସ୍ତ ପ୍ରଶ୍ନ ପଚରାଯିବ । ପ୍ରତ୍ୟେକ ଗ୍ରାମ କିମ୍ବା ଅନୁଷ୍ଠାନରୁ ଚାରି ଜଣ ଲେଖାଏଁ ପ୍ରତିଯୋଗୀ ଗୋଟିଏ ଦଳ ହିସାବରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ଏଥିରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ସମସ୍ତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବ । ଶ୍ରେଷ୍ଠ ବିବେଚିତ ୩ ଦଳକୁ ବିଶେଷ ପୁରସ୍କାର କରାଯିବ । ଏ ସମ୍ବଦ୍ଧରେ ଅଧିକ ସୂଚନା ପାଇଁ ପରିଷଦର ସଭାପତି ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସଂପାଦକ ଜଗନ୍ ମୋହନ ଗଡନାୟକ ଓ କାର୍ଯ୍ୟକ୍ରମର ପରିଚାଳକ ଗବେଷକ ବିଭୂତି ଭୂଷଣ ସାହୁ ଓ ଅରୁଣ ଗଡନାୟକଙ୍କ ସହ ଯୋଗାଯୋଗ କରିବାକୁ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।