ପ୍ରତିଶ୍ରୁତି ପୂରଣ କରିଛନ୍ତି ସରକାର: ନିତ୍ୟାନନ୍ଦ

କେନ୍ଦୁଝର : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟିତ କରି ନିଜ ଅଭିଭାଷଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟ ସରକାର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ପୂରଣ କରିଥିବା କହିଥିଲେ  । କେନ୍ଦୁଝରଠାରେ ମେଗା ଷ୍ଟିଲପ୍ଲାଣ୍ଟଠାରୁ ଆରମ୍ଭ କରି ପର୍ଯ୍ୟଟନର ବିକାଶ, ତାରିଣୀ ମନ୍ଦିର ଉନ୍ନତୀକରଣଠାରୁ ଷ୍ଟାଡ଼ିୟମ ନିର୍ମାଣ ପର୍ଯ୍ୟନ୍ତ ଏକାଧିକ ପ୍ରକଳ୍ପ ସଫଳ ରୂପାୟନ ନେଇ କାର୍ଯ୍ୟାନୟ୍ୱନ ଆରମ୍ଭ ହୋଇଯାଇଛି  । ବିଧାୟକ ଥିବା ବେଳେ ଯେଉଁ ପ୍ରକଳ୍ପ ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ, ଏବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଏକାଧିକ ପ୍ରକଳ୍ପକୁ ଅର୍ଥ ମଞ୍ଜୁର କରିଛନ୍ତି  ।କେନ୍ଦୁଝରରେ ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ ଚାଲିଛି  ।କେନ୍ଦୁଝରରୁ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଉଡ଼ିବାପାଇଁ ରାଜ୍ୟ ସରକାର ୧୦୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ଗଣ୍ଡ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ପବନ କୁମାର, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ ।