ପରୀକ୍ଷା ଦେଲେ ୧୭୬୯, ଅନୁପସ୍ଥିତ ୨୨ ବିଦ୍ୟାର୍ଥୀ
ଆସିକା: ଓଡ଼ିଶା ମାଧ୍ୟମିକ ବୋର୍ଡ ପରିଷଦ ପକ୍ଷରୁ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପରୀକ୍ଷା ମାତୃଭାଷା ଓଡିଆ ଆଜି ଆରମ୍ଭ ହୋଇଯାଇଛି । ଆସିକା ବ୍ଲକରେ ୧୦ଟି ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା କେନ୍ଦ୍ରରେ ଆସିକା, ଧରାକୋଟ ଓ ବେଲଗୁଣ୍ଠା ବ୍ଲକର କେତେକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିଲେ । ଆସିକା ବ୍ଲକର ୧୬ଟି ସରକାରୀ ବିଦ୍ୟାଳୟ, ୧୭ଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ୩ଟି ବେସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀ ନିମନ୍ତେ ବାର୍ଷିକ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଆସିକା ସରକାରୀ ଏନଏସି ହାଇସ୍କୁଲରେ ୧୮୦ ଜଣ ସରକାରୀ ବାଳିକା ଉଚ୍ଚÿ ବିଦ୍ୟାଳୟ ୨୮୨ ଜଣ , ହରିହର ଉଚ୍ଚÿ ବିଦ୍ୟାଳୟ ୨୬୭ ଜଣ, ଟେକ୍ନିକାଲ ହାଇସ୍କୁଲ ରେ ୨୭୬ ଜଣ, ଦେବ ଭୂମି ହାଇସ୍କୁଲରେ ୧୬୮ଜଣ, ଗୁଣ୍ଠପଡା ହାଇସ୍କୁଲ ରେ ୨୦୧ ଜଣ, ମୁନିଗାଡି ହାଇସ୍କୁଲରେ ୧୪୬ ଜଣ, କେନ୍ଦୁପଦର ପ୍ରଗତି ବିଦ୍ୟା ପୀଠ ରେ ୨୦୬ ଜଣ, ଆସିକା ଚିନିଶିଳ୍ପ ହାଇସ୍କୁଲରେ ୧୪୨, ବାବନପୁର ହାଇସ୍କୁଲ ରେ ୧୩୯ ଜଣ ସମେତ ମୋଟ ୨୦୦୭ ଜଣଙ୍କ ମଧ୍ୟରୁ ୧୭୯୧ ଆସ୍କା ବ୍ଲକ ଏବଂ ୨୧୬ ଜଣ ଧରାକୋଟ ଏବଂ ବେଲଗୁଣ୍ଠା ବ୍ଲକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଜଣେ ପର୍ଯ୍ୟବେକ୍ଷକ ନିୟୋଜିତ ରହି ପ୍ରଥମ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିଥିଲେ । ପୁଲିସ ପକ୍ଷରୁ ପରୀକ୍ଷା କେନ୍ଦ୍ର ଆଗରେ ଶାନ୍ତି ଶୃଙ୍ଖଳା ସହ ଟ୍ରାଫିକ ନିୟନ୍ତ୍ରଣରେ ସାହାଯ୍ୟ କରିଛନ୍ତି । ଆଜି ପ୍ରଥମ ଦିନରେ ଆସ୍କା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୧୦ ପରୀକ୍ଷା କେନ୍ଦ୍ରରେ ମୋଟ ୧୭୯୧ ଜଣଙ୍କ ମଧ୍ୟରୁ ୧୭୬୯ ଜଣ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ । ଆସ୍କା ବ୍ଲକ ଶିକ୍ଷା ଅଧିକାରିଣୀ ମୁନ ରାଣୀ ମହାନ୍ତି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା ପ୍ରମୁଖ ପରୀକ୍ଷା ପର୍ଯ୍ୟବେକ୍ଷକ ହୋଇ ଯାଇଥିଲେ । ଏଥି ସହିତ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମୂହ ସହଯୋଗ କରିଥିଲେ ।