ହରେକୃଷ୍ଣ ଜେନାଙ୍କ ଶୋକସଭା

 ନୀଳଗିରି : ମୋହରିର ସଂଘର ବରିଷ୍ଠ ସଦସ୍ୟ ହରେକୃଷ୍ଣ ଜେନାଙ୍କ ହୃଦଘାତରେ ପରଲୋକ ଘଟଣାରେ ନୀଳଗିରି ବାର୍ ଆସୋସିଏସନ୍ ଏବଂ ନୀଳଗିରି ସବ୍ ଡିଭିଜନାଲ ବାର୍ ଆସୋସିଏସନ୍ ଏବଂ ନୀଳଗିରି ମୋହରିର ସଂଘ ପକ୍ଷରୁ ଏକ ମିଳିତ ଶୋକସଭା, ନୀଳଗିରି ମୋହରିର ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ନୀଳଗିରି ବାର୍ ଆସୋସିଏସନ୍ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଯୁଗ୍ମ ସଭାପତିତ୍ୱରେ ନୀଳଗିରି ବାର୍ ଆସୋସିଏସନ୍ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ କିଶୋର ଷଡ଼ଙ୍ଗୀ, ବିନୟ କୁମାର ପ୍ରଧାନ, ଗୌରହରି ବେହେରା, ସବ୍ ଡିଭିଜନାଲ ବାର୍ ଆସୋସିଏସନ୍ ସମ୍ପାଦକ, କିଶୋର କୁମାର ଦାସ, ନୀଳଗିରି ବାର୍ ଆସୋସିଏସନ୍ ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା, ଆଇନଜୀବୀ ସୋମନାଥ ନାୟକ, ସତ୍ୟଜିତ ମିଶ୍ର, ଗୌରହରି ବେହେରା, ନୀଳଗିରି ବାର୍ ଆସୋସିଏସନ୍ ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ତିତ ରହି ଶୋକବ୍ୟକ୍ତ କରିଥିଲେ ।