ସେନାରୁ ଅବସର ନେଲେ ସୁଶିଲ 

 ତାଳଚେର:  ତାଳଚେର ବ୍ଲକ ଅର୍ନ୍ତଗତ ବହ୍ଲର ଗ୍ରାମର ଛବି ବଳ ଓ ମାତା ନିରୁପମା ବଳଙ୍କର ସୁପୁତ୍ର ସୁଶିଲ କୁମାର ବଳ ଭାରତୀୟ ସ୍ଥଳ ସେନାବାହିନୀରେ ଦୀର୍ଘବର୍ଷର କାର୍ଯ୍ୟ ସାରି ଘର ବାହୁଡ଼ା ହୋଇଛନ୍ତି । ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏବଂ ପିତାମାତା ଓ ଗ୍ରାମବାସୀମାନେ ଭାବବିହ୍ୱଳ ହୋଇ ତାଙ୍କୁ ଘରକୁ ପାଛୋଟି ଆଣିଥିବା ତାଳଚେର ରେଳଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା । ଯୁବନେତା ସୁଭେନ୍ଦୁ ରଥ, ସୁଧିର ରଞ୍ଜନ ବଳ, ବିମଳ କୁମାର ଦାସ, ମନୋଜ କୁମାର ବଳ, ଛବି ଦାସ, ଡ଼ିଲ୍ଲେଶ୍ୱର ବଳ, ରାଜ କିଶୋର ବଳ, ବିଶୁ ସାମଲ, ନଣ୍ଡା ସାମଲ, ରଞ୍ଜିତା ଦାସ ଏବଂ ଗ୍ରାମର ଯୁବଗୋଷ୍ଠୀ ଅବସରପ୍ରାପ୍ତ ସେନା ଅଧିକାରୀ ସୁଶିଲ ବଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେ ନିଜ ଜୀବନକୁ ଉତ୍ସର୍ଗ କରି ନିରବଚ୍ଛିନ୍ନ ଭାବେ ୨୩ବର୍ଷ କାଳ ଦେଶ ମାତୃକାର ସେବା ଯୋଗାଇଥିବାରୁ ତାଳଚେର ପାଇଁ ଗୌରବ ଅର୍ଜନ କରିଛନ୍ତି ।