ମଦଭାଟି ମ୍ୟାନେଜରକୁ ମାଡ ଘଟଣା ୩ ଗିରଫ
ତାଳଚେର : ତାଳଚେର ଥାନା ବାଘୁଆ ବୋଲ ଅଞ୍ଚଳରେ ଥିବା ମଦଭାଟ୍ଟିର ମ୍ୟାନେଜରକୁ ଗତମାସରେ କିଛି ଯୁବକ ମାଡମାରି ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ ବୋଲି ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁକରି ଏହାର ତଦନ୍ତ ଚଳାଇଥିଲା । ଏହି ଘଟଣାରେ ପୁଲିସ ତାଳଚେର ପୌରାଞ୍ଚଳର ୧୧ନମ୍ବର ୱାର୍ଡ ଜେଲସାହିର ସତ୍ୟଜିତ୍ ନାଏକ(୩୨), ଅଭୟ ନାଏକ (୨୪), ଶୁଭମ ନାଏକ (୧୯)ଙ୍କୁ ଗିରଫ କରିଥିବା ତାଳଚେର ଥାନା ସୂତ୍ରରୁ ଜଣାପଡିଛି ।