୨୦୨୭ ସୁଦ୍ଧା : ୨୪ ଘଣ୍ଟା ମିଳିବ ବିଶୁଦ୍ଧ ପାଣ

 ଭୁବନେଶ୍ୱର  : ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ଗୁଣାତ୍ମକ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଆଜି ଉନ୍ନତି ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ । ଓଡବ୍ଲୁ୍ୟଏସ୍ଏସ୍ବି ୱାଟକୋ ଏବଂ ଜନ ସ୍ୱାସ୍ଥ୍ୟ ତିନି ବିଭାଗ ସହ ଆଲୋଚନା କରାଯାଇଛି । ଲୋକଙ୍କ ନିକଟରେ ୨୪ ଘଣ୍ଟା ବିଶୁଦ୍ଧ ପାଣି ପହଞ୍ଚିବ । ସେନେଇ ବିସ୍ତୃତ ଆଲୋଚନା କରାଯାଇଛି । ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ଗୁଡିକ ସଂପର୍କରେ ଆଲୋଚନା କରାଯାଇ ନିର୍ଦ୍ଧାରିତ ସମୟ ସୀମାମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ନିୟମିତ ସମୀକ୍ଷା ଓ ତଦାରକ କରିବାକୁ ଅଧିକାରୀମାନଙ୍କୁ ପାରାମର୍ଶ ଦିଆଯାଇଛି । ଯେଉଁ ସବୁ ପକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନି କେଉଁ କେଉଁ ସମସ୍ୟା ପାଇଁ  ଅଟକିଛି । କାମ କିପରି ତ୍ୱରାନିତ ହେବ ସେ ନେଇ ଆଲୋଚନ ହୋଇଛି ଓ ନିଦେ୍ର୍ଦଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୫-୨୬ ବଜେଟ ଏପ୍ରିଲ ଆରମ୍ଭରୁ କେମିତି କାର୍ଯ୍ୟକାରୀ ହେବ ସେ ନେଇ ଚିନ୍ତା କରୁଛୁ । ଏନେଇ ବିବାଗୀୟ ପଦାଧିକାରୀମାନଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସହରାଞ୍ଚଳମାନଙ୍କରେ ଯୋଗାଇ ଦିଆଯାଉଥିବା ପାନୀୟଜଳ ଦେୟ ଆଦାୟ ନିମନ୍ତେ ଲାଗିଥିବା ମିଟର ବଦଳରେ ସ୍ମାର୍ଟ ମିଟର ଲାଗାଯିବ । ଏହି ବେୟଠକରେ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ୱାଟକୋ ପରିଚାଳନା ନିଦେ୍ର୍ଦଶକ ଗୁରୁ ଚରଣ ଦାସ, ଇଆଇସି  ଓ ଓଡବ୍ଲୁ୍ୟଏସ୍ଏସ୍ବି ରତିନ୍ଦ୍ର ନାରାୟଣ ମଲ୍ଲିକ, ଇଆଇସି ପିଏଚ୍ଇଓ ବିଳାସ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।