ଜଙ୍ଗଲରେ ହାତୀ, ଚିନ୍ତାରେ ଚାଷୀ

ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ବେତନଟୀ ରେଞ୍ଜ ଅଧୀନରେ ଥିବା ୫୩ ଟିକିଆ ଝାଡଖଣ୍ଡୀ ହାତୀପଲ ବୁଧବାର ରାତି ସୁଦ୍ଧା ବେତନଟୀ ବ୍ଳକ ଅଧୀନ ଭାଲୁବସା, ଫୁଲଝରି, ନଡପୁର ଜଙ୍ଗଲରେ ଅଟକି ରହିଥିବାର ଦେଖାଯାଇଛି  । ପ୍ରତ୍ୟେକ ଦିନ ରାତ୍ରୀ ସମୟରେ ଆଉ ଅଳ୍ପ ଦିନ ପରେ ଅମଳ ହେବାକୁ ଥିବା ଏକର ଏକର ଧାନ ଚାଷକୁ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି   । ସେହିପରି ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନର ବେଣାଶୂଳୀ, ଫାଲଝରି ଏବଂ କୁରାଢିକ ଜଙ୍ଗଲ ମଧ୍ୟରେ ୨ ଦନ୍ତା ଥିବାବେଳେ କେସିପୁର ଜଙ୍ଗଲ ମଧ୍ୟରେ ୧୧ଟି ହାତୀ ଅଟକି ରହିଥିବା ଜଣାପଡ଼ିଛି । ବେତନଟୀ ସେକ୍ସନ ଓ ବଡାମପୁର ସେକ୍ସନ ଅଧୀନରେ ଥିବା ମୋଟ ୬୬ଟି ହାତୀର ଗତିବିଧି ଉପରେ ବନବିଭାଗର ବେତନଟୀ ରେଞ୍ଜ ଅଧିକାରୀ ମନୱର ଖାଁ , ବେତନଟୀ ବନପାଳ ପ୍ରଶାନ୍ତ ସିଂ ସାମନ୍ତ ,ବଡାମପୁର ବନପାଳ ଦୀପକ କୁମାର ପାତ୍ର, ସମସ୍ତ ବନରକ୍ଷୀ ଏବଂ ଗଜସାଥୀମାନେ ସମ୍ପୂର୍ଣ୍ଣ ଭାବେ ନଜର ରଖି ଥିବାର ଦେଖିବାକୁ ମିଳିଛି ।