୨୪ ପ୍ରହର ଅଖଣ୍ଡ ନାମଯଜ୍ଞ
ବୁଗୁଡା:ବୁଗୁଡା ବ୍ଲକର ଭାମଶ୍ୟାଳି ପଞ୍ଚାୟତ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଶ୍ରୀ ରଘୁନାଥ ସ୍ୱାମୀ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୁକ୍ରବାର ଦିନଠାରୁ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏଥିରେ ଗୋଲିଆ, ବାଦୁଆ, କୁଆଁନଳା, ଭାମଶ୍ୟାଳି, କୁଶପଲ୍ଲୀ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିବା ବେଳେ ପୂଜକ ଭାବେ ନୀଳକଣ୍ଠ ଚୌଧୁରୀ ନିୟୋଜିତ ରହିଛନ୍ତି । ଏହି ନାମଯଜ୍ଞ ପୂର୍ବରୁ ଗତ ଗୁରୁବାର ଦିନ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ବନଯାଗ, ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା ରବିବାର ଦିନ ରଘୁନାଥ ସ୍ୱାମୀଙ୍କ ବିଗ୍ରହ ଓ ପ୍ରତିଷ୍ଠା ହେବା ନେଇ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରକାଶ ପାଇଛି ।