ତାଇକୋଣ୍ଡୋ ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମରେ ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ଫ ଡିଫେନ୍ସ  ହିଞ୍ଜିଳିକାଟୁ ଟାଇକୋଣ୍ଡୋ ଏକାଡେମୀ ତରଫରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ତାଇକୋଣ୍ଡୋ ଏକାଡେମୀର ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ଟାଇକୋଣ୍ଡୋ କୋଚ ଅମ୍ବିକା ପ୍ରସାଦ ଦାସଙ୍କ  ପରୀକ୍ଷକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ଜାତୀୟସ୍ତରରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଶ୍ରୀ ଦାସ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ବେଲ୍ଟ ଟେଷ୍ଟ ପରୀକ୍ଷାରେ ୬୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।