୨୫ରେ ପଳାଶୁଣୀ ପ୍ଲାଣ୍ଟ ଉଦଘାଟନ

ଭୁବନେଶ୍ୱର  : ପଳାଶୁଣୀସ୍ଥିତ ଶୁଖିଲା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପ ଆସନ୍ତା ୨୫ରେ ଲୋକଙ୍କ ସରକାରରେ ଲୋକମାନେ ପୂଜା କରି, ନଡ଼ିଆ ବାଡେଇ ଶୁଭ ଉଦଘାଟନ କରିବେ ବୋଲିି ସୈନିକ ସ୍କୁଲ ବଞ୍ଚାଅ ଓÿ ଅଳିଆ ଗଦା ହଟାଅ ଅଭିଯାନ ଘୋଷଣା କରିଛି  । ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଅଗଦା  ହଟାଅ- ଅଭିଯାନର କର୍ମକର୍ତ୍ତା ମାନଙ୍କ ନିଷ୍ପତି ଅନୁସାରେ ଶୁକ୍ରୁବାର ଏହି ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି  । ଅଭିଯାନର ବରିଷ୍ଠ କର୍ମକର୍ତା ତଥା ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ଦିଲୀପ ଦାସଶର୍ମା, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋଇ, ରିଙ୍କୁ ସାମନ୍ତରାୟ, ପ୍ରତାପ ରାଉତରାୟ, ଅଶୋକ ପାଲଟାସିଂହ, ଲୋକେଶ କୁମାର, ଚିନ୍ତାମଣି ବାରିକ, ଆବାହକ ଭିକ୍ଷାକାରି ତ୍ରିପାଠୀ ପଳାଶୁଣୀ ପରିଦର୍ଶନ କରିବା ସହ ପୂଜାର ସମସ୍ତ ବ୍ୟବସ୍ଥା କରିଛନ୍ତି  । ଭୁବନେଶ୍ୱର ସହରର  ୈଦନିକ ପ୍ରାୟ ୩୫୦ ମେଟ୍ରିକ ଟନ ଶୁଖିଲା ଓ କଞ୍ଚା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି  । ସେଥିପାଇଁ ଅଞ୍ଚÿଳରେ ପ୍ରାୟ ଦଶ କିମି ପରିଧିରେ  ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ  ବଞ୍ଚିବା ଦୁର୍ବିସହ ହୋଇ ପଡିଛି  । ବହୁ ଦିନରୁ ବିଭିନ୍ନ ସ୍ତରରେ ବିରୋଧ ସହିତ  ବର୍ତମାନ ଅଳିଆଗଡା ଅଭିଯାନ ମଧ୍ୟ ଜୋରଦାର କାର୍ଯ୍ୟକ୍ରମ ଚାଲୁ ରଖିଛି  । ପଳାଶୁଣୀ ଠାରେ ଏକ ବୃହତ ଶୁଖିଲା ଅଳିଆ ପ୍ରକ୍ରିୟା କରଣ ପ୍ରକଳ୍ପ ସ୍ଥାପନ କରାଯାଇଛି  । ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପଯୋଗୀ ହୋଇ ସାରିଛି ଦୈନିକ ୧୫୦ ମେଟ୍ରିକ ଟନ ଶୁଖିଲା ଅଳିଆ ସେଠାରେ ପ୍ରକ୍ରିୟାକରଣ ହୋଇ ପାରିବ  । ମାତ୍ର ସରକାରଙ୍କ ଅବହେଳା ପାଇଁ କେବଳ ଶୁଭ ଉଦଘାଟନ ଅପେକ୍ଷାରେ ରହିଛି  । ତେଣୁ ଏହାର ଶୁଭ ଉଦଘାଟନ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରିବାକୁ ଅଭିଯାନ ନିଷ୍ପତି ନେଇଛି  । ଲୋକଙ୍କ ସରକାର ଲୋକମାନଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ କରିବାକୁ ଯାଉଥିବାରୁ, ଏଥିରେ ଯୋଗଦାନ  କରିବାକୁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ, ମାନ୍ୟବର ମେୟର, ନଗର ଉର୍ଣ୍ଣୟନ ପ୍ରମୁଖ ସଚିବ, ବିଏମସି କମିଶନରଙ୍କୁ ଅଭିଯାନ ତରଫରୁ ନିମନ୍ତ୍ରଣ ମଧ୍ୟ୍ୟ କରାଯାଇଛି  । ଅନେକ ବରିଷ୍ଠ ନାଗରିକଙ୍କ ସହିତ ଶହ ଶହ ଜନସାଧାରଣଙ୍କ ଉପସ୍ଥିତିରେ  ଏହି ଉଦଘାଟନ କାର୍ଯ୍ୟକ୍ରମ ହେବ  ।