ଗୋରୁ ଚାଲାଣ, ୨ଗିରଫ

 ପାପଡାହାଣ୍ଡି : ନବରଙ୍ଗପୁର  ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଦୁଲପୁର ନିକଟରେ ଟ୍ରକରେ ଗୋରୁ ଚାଲାଣ ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ  । ଅଭିଯୁକ୍ତ ମାନେ ହେଲେ ମୋହମ୍ମଦ ହମଜା ଘର ହାଇଦ୍ରାବାଦ ରେଙ୍ଗାରେଡି ଜିଲ୍ଲା ମଲାଡ଼ପେଟା ଥାନା ଆସମାନ ଗୋଡ଼ ଓ ସହଦେବ ହରିଜନ ଘର ଡେଙ୍ଗାଗୁଡା  ।ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଟ୍ରକ ନମ୍ବର ଟିଜି୧୨ଟି୪୩୪୮ପୁଲିସକୁ ଦେଖି ଦ୍ରୁତ ଗତିରେ ଯିବା ସମୟରେ ପୁଲିସ ଅଟକାଇ ଥିଲା  । ଟ୍ରକରେ ଡେଙ୍ଗାଗୁଡାରୁ ୧୪ ଗୋରୁ ଧରି ହାଇଦ୍ରାବାଦ ଯାଉଥିଲା  । ଗୋରୁକୁ ଉଦ୍ଧାର କରି ମାଝୀଧନୁଆ ଗୋଶାଳାକୁ ପଠାଯାଇଥିବା ବେଳେ କେସ ନମ୍ବର ୧୦୩/୨୫ରେ ମାମଲା ରୁଜୁ କରି  ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପାପଡାହାଣ୍ଡି ପୁଲିସ  ।