୨୮ରେ ଉଦନ୍ତୀ ମହୋତ୍ସବ
ନୂଆପଡା: ସିନାପାଲି ଅଂଚଳର କଳା, ସାହିତ୍ୟ, ସଂସ୍କୃତିର ମହାମିଳନର ପର୍ବ ଉଦନ୍ତୀ ମହୋତ୍ସବ ଆସନ୍ତା ୨୮ ରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ ସାରା ଅଂଚଳ ଚଳଚଂଚଳ ହୋଇ ପଡିଛି । ଉତ୍ସବକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଚଳିତ ବର୍ଷ ଉସôବ କମିଟିର ସଭାପତି ବୈଷ୍ଣବ ମେହେର, ଉପସଭାପତି ଅଜିତ ଯୋଷୀ, ତ୍ରିନାଥ ମେହେର, ରଜନୀ ମାଝୀ, ସଂପାଦକ ପ୍ରିୟ ରଂଜନ ମେହେର, ସହସଂପାଦକ ବଂଶୀଧର ଜଗତ, ସୁରଜ ମେହେର, ମନୋରଂଜନ ମେହେର ଓ କୋଷାଧ୍ୟକ୍ଷ ଦିବ୍ୟରଂଜନ ନାଏକ ରହିଛନ୍ତି । ଏ ଅବସରରେ କଳାହାଣ୍ଡି, ବଲାଙ୍ଗିର, ବରଗଡ, ରାୟଗଡା, ନୂଆପଡା, ଖୋର୍ଦ୍ଧା ଆଦି ଜିଲ୍ଲାର ଲୋକକଳା ମଧ୍ୟରେ ତ୍ରିଭଙ୍ଗି, ବଜାଶାଳ, ଘୁମୁରା, ରାମକାଠି, ମହୁରୀ ବଜା, ଓଡିଶୀ, ଆଦିବାସୀ ଆଦି ପରିବେଷଣ ହେବ । ଶେଷ ସନ୍ଧ୍ୟାରେ ପ୍ରସିଦ୍ଧ ଷ୍ଟାର ଗାୟିକା ପ୍ରାଚୀ ପାଣିଗ୍ରାହୀ, ପଙ୍କଜ ଜାଲ, ଅମର ଦାସ, ଆଶିଷ କୁମ୍ଭାର, ଚୁମକୀ ପାଢ଼ୀ ଓ ଛିଛି ଛିରେ ନନୀର କଳାକାର ବିଭୁତି ଭୂଷଣ ବିଶ୍ୱାଳ ନିଜ କଳା ପ୍ରଦର୍ଶନ କରିବେ । ମହୋତ୍ସବରେ ସାମିଲ ହେବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରବିନାରାୟଣ ନାଏକ, କୃଷ୍ଣଚନ୍ଦ୍ର ପାତ୍ର, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ପୂର୍ବ ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ମଧୁସୂଦନ ଦାସ, ଏସପି ଗୁଣ୍ଡାଳା ରାଘବେଂଦ୍ର ରେଡ୍ଡୀ ପ୍ରମୁଖ ଯୋଗ ଦେବେ । ଏ ଅବସରରେ ଅଂଚଳର କଳା ଓ ସଂସ୍କୃତି ଆଧାରିତ ସ୍ମରଣିକା " ଉଦନ୍ତିକା’ ପ୍ରକାଶ ପାଇବ ବୋଲି ଜଣାପଡିଛି ।