୨୮ରେ ମା' ହିଙ୍ଗୁଳାଙ୍କ ନୂଆଖାଇ ପର୍ବ

 ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ତଥା ନବାନ୍ନ ପ୍ରସାଦ ଲାଗି ଚଳିତ ମାସ ଗୁରୁବାର ଦିନ ଅନୁଷ୍ଠିତ ହେବ  । ମା ହିଙ୍ଗୁଳାଙ୍କ ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ ପାଞ୍ଜି ଦେଖ ତିଥି ସ୍ଥିର କରିଥିଲେ  । ଦିନ ୧୨ଟା ୦୫ ମିନିଟରେ ମା’ଙ୍କ ଚଳନ୍ତି ପ୍ରତିମା ଆଲମ ଦିଅଁ ଘରୁ ପୂଜାମଣ୍ଡପକୁ ଯାତ୍ରା କରିବେ  । ପାରମ୍ପରିକ ଓ ବୈଦିକ ରୀତିନୀତି ଅନୁଯାୟୀ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ସହ ଦିବା ୧.୧୫ ମିନିଟରେ ନବାହ୍ନ ପ୍ରସାଦ ଲାଗି କରାଯିବ ବୋଲି ସ୍ଥିର କରାଯାଇଥିଲା  । ମା ହିଙ୍ଗୁଳାଙ୍କର ଏହି ଅନନ୍ୟ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ମାଆଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡÿ ପକ୍ଷରୁ ଅନୁରୋଧ କରାଯାଇଛି ।