ସ୍କୁଲରେ ବିଶ୍ୱ ଧରିତ୍ରୀ ଦିବସ ପାଳନ

 ସିଂହପୁର : ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲ ସିଂହପୁରରେ ବିଶ୍ୱ ଧରିତ୍ରୀ ଦିବସ  ପାଳନ କରାଯାଇଛି । ନରୋତମ ନାୟକଙ୍କ ତତ୍ୱାବଧାନରେ ସ୍କୁଲର ଅଧକ୍ଷା ସୁନିତା ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ ସ୍କୁଲରୁ ପ୍ଲାକକାଡ ଧରି ଏକ ଶୋଭାଯାତ୍ରାରେ ସିଂହପୁର ବଜାର ପରିକ୍ରମା କରି ଧରିତ୍ରୀ ଦିବସ ସମ୍ପର୍କରେ ଜନସାଧାରଣକୁ ସଚେତନ କରାଇଥିଲେ । ବଜାରରେ ଏକ ପଥପ୍ରାନ୍ତ ସଭା କରି ଦିବସ ପାଳନର ଉଦେ୍ଦଶ୍ୟ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ବିକ୍ରମ କେଶରୀ ଧଳ, ପ୍ରଦୀପ କୁମାର ନାୟକ, ଶୁଭ୍ରଜିତ୍ ଜେନା, ଶଶିକାନ୍ତ ପାତ୍ର, ସ୍କୁଲର ଶିକ୍ଷକ କାମଦେବ ଜେନା, ତାରାକାନ୍ତ ସାମଲ, ଶିକ୍ଷୟତ୍ରୀ କଲ୍ୟାଣୀ ଜେନା, ସବିତା ଆଚାର୍ଯ୍ୟ, ବନସ୍ମିତା ପରିଡ଼ା, ଲକ୍ଷ୍ମୀପ୍ରିୟା ଜେନା, ସ୍ୱାଗତିକା ସାମଲ, ସରିତା ପଣ୍ଡା, ବନଜା ପଣ୍ଡା, ନିରୁପମା ନାୟକ, ଭାଗ୍ୟଶ୍ରୀଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।