୩ ମାସରେ ଡବଲ ଦେବା ନାଁରେ ୫୦ କୋଟି ଠକେଇ ; ଠକ ଗିରଫ


ଭୁବନେଶ୍ୱର, ୨୮ା୫ : ତିନି ମାସରେ ଡବଲ ହେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ୫୦ କୋଟିରୁ ଅଧିକ ଟଙ୍କା ଠକେଇ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ୍ୟ ଜଣେ ଅଭିଯୁକ୍ତ ଠକକୁ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନିକଟସ୍ଥ ଖଣ୍ଡଗିରିଗଡିଆର  ମୋହନ କୁମାର  ପରିଡା । ତାଙ୍କୁ  କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଠକେଇ ଘଟଣାରେ ଅନ୍ୟ ସହଯୋଗୀମାନେ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଇଓଡବ୍ଲୁ୍ୟର ସ୍ୱତନ୍ତ୍ର ଟିମ୍‌ ଧରିବାକୁ ଜୋରଦାର ଉଦ୍ୟମ କରୁଛି ।  ଠକେଇ ନେଇ ତମାଣ୍ଡୋ ଥାନା କଳିଙ୍ଗନଗରରେ ରହୁଥିବା ରଂଜନ କୁମାର ପୋଲ ଅଭିଯୋଗ କରିଥିôଲେ । ତାଙ୍କର ୱେ ଟୁ ଆଡ ଇଣ୍ଡିଆ ପ୍ରାଇଭେଟ୍‌ ନାମକ ଏକ ସଂସ୍ଥା ରହିଛି  । ତିନି ମାସରେ ୨୬ ପ୍ରତିଶତ ସୁଧ ଦେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ମୋହନ ପ୍ରଥମେ ୪୪ କୋଟିି ୬୦ଲକ୍ଷ ଟଙ୍କା ନେଇଥିଲେ । ଏହି ଟଙ୍କାକୁ ସେ ୨୦୨୩ ମସିହାରେ ନେବା ପରେ ପରବର୍ତ୍ତି ସମୟରେ ପୁଣି ୫ କୋଟି କରି ଏହିଭଳି ୫୦ କୋଟିରୁ ଅଧିକ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ବାରମ୍ବାର ମୋହନଙ୍କୁ ଟଙ୍କା ମାଗିଥିଲେ ମଧ୍ୟ ସେ ଫେରାଇ ନଥିଲେ । ଶେଷରେ ବାଧ୍ୟ ହୋଇ ଅଭିଯୋଗକାରୀ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ମୋହନଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ଚଢ଼ଉକୁ ଜୋରଦାର କରିଥିଲା । ହେଲେ ଅଭିଯୁକ୍ତ ଜଣଙ୍କ ରାଜ୍ୟ ବାହାରକୁ ଚାଲି ଯାଇଥିବାରୁ ତାକୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯାଇ ଶେଷରେ ତାକୁ ଧରିବାରେ ସଫଳ ହୋଇଛି । ମୋହନଙ୍କ ନାମରେ ଏହିଭଳି ଅନେକ ସ୍ଥାନରୁ ଠକେଇ କରିଥିବା ନେଇ ଅଭିଯୋଗ ଆସିଥିବା ଜଣାପଡିଛି  ।