ବସ୍ ଦୁର୍ଘଟଣାରେ ଦୁଇ ମୃତ
ଭୁବନେଶ୍ୱର : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ଠାରେ ଘଟିଛି ଏହି ଦୁର୍ଘଟଣା । ଜଣେ ମୃତକ ଶିଲା ପଟ୍ଟନାୟକ ହୋଇଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ମୃତକ ଶିଲା ଏକ ଘରୋଇ ସଂସ୍ଥାରେ ସାମ୍ବାଦିକା ଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଏକ ସ୍କୁଟି ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଦୁଇଜଣ ଯୁବତୀ ଯାଉଥିଲେ । ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ଠାରେ ସାରଳା ନାମକ ଏକ ଘରୋଇ ବସ୍ଟି ସ୍କୁଟିକୁ ପଛପଟୁ ଧକ୍କା ଦେବା ସହ ୩୦ ମିଟର ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ମଙ୍ଗଳପୁର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ଉପୁଜିଥିବାବେଳେ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
Samir Kumar Rout