ବିପର୍ଯ୍ୟୟ ପ୍ରସ୍ତୁତି ଓ ମକଡ୍ରିଲ
ପଟ୍ଟାମୁଣ୍ଡାଇ: ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶରେ ସମ୍ଭାବ୍ୟ ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ପ୍ରଶାସନ ସବୁ ମତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଅତିରିକ୍ତପଟ୍ଟା ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ, ଦିହୁଡିପୁର ସରପଞ୍ଚ ନରେଶ ମଲିକ, ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ, କଖାରୁଣୀ ସରପଞ୍ଚ ରମେଶ ମଲ୍ଲିକ, ପେଣ୍ଠପାଳ ସରପଞ୍ଚ ପ୍ରତିନିଧି ପପିନା ସେଠୀ, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ବିଶ୍ୱଜିତ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହାଛଡା ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ପାଇଁ ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ ତତ୍ତ୍ୱାବଧାନରେ ପଟ୍ଟାମୁଣ୍ଡାଇ ବ୍ଲକର ୧୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯୟ ମୁକାବିଲା ପାଇଁ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।