ମହୁଲ ଗାଡ଼ି ଛଡାଇନେଲେ ମାଫିଆ

 କପ୍ତିପଦା:  କପ୍ତିପଦା-ଉଦଳା ମୁଖ୍ୟ ରାସ୍ତାର ଜାରଡ଼ା ଛକ ଠାରେ ଅବକାରୀ ବିଭାଗ ଦ୍ୱାରା ଜବତ ମହୁଲ ଗାଡ଼ିକୁ ଦିନ ଦ୍ୱିପ୍ରହରେ ମହୁଲ ମାଫିଆଙ୍କ ଦ୍ୱାରା ଛଡ଼ାଇ ନେବା ଘଟଣା କପ୍ତିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ପ୍ରକାଶ, ଅବକାରୀ ସବ୍ ଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ କପ୍ତିପଦା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ଗଚ୍ଛିତ ଥିବା ୧୬କ୍ୱିଣ୍ଟାଲରୁ ଅଧିକ ମହୁଲକୁ ଜବତ କରିବା ସହିତ ଏହି ଘଟଣାରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରି ଉଦଳା କାର୍ଯ୍ୟାଳୟକୁ ନେଉଥିଲେ । ମାତ୍ର ଜାରଡ଼ା ଛକ ଠାରେ ମହୁଲ ମାଫିଆମାନେ ଗାଡ଼ିଟିକୁ ଅଟକାଇ ଡ଼୍ରାଇଭରକୁ ମାଡ଼ ମାରି ମହୁଲକୁ ଓହ୍ଲାଇବା ସହିତ ଜବତ ହୋଇଥିବା ପିକ୍ଅପ୍କୁ ଅନ୍ୟତ୍ର ପଠାଇ ଦେଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ମହୁଲକୁ ଜବତ କରିବା ସହ ୪ଅଭିଯୁକ୍ତକୁ ପୁଣି ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ମାଫିଆମାନେ ଫେରାର ହୋଇଯାଇଛନ୍ତି  । ଜବତ ମହୁଲର ମୂଲ୍ୟ ୫୦ହଜାର ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଜଣାପଡିଛି ।