୩୧ବର୍ଷ ପରେ ବି ଜିଲ୍ଲାରେ ନାହିଁ କ୍ରୀଡ଼ା ଛାତ୍ରାବାସ
ସୋନପୁର : ୩୧ବର୍ଷ ବିତିଗଲାଣି ସୁବର୍ଣ୍ଣପୁର ଜିଲ୍ଲା ଆତ୍ମପ୍ରକାଶ ହେବା । କିନ୍ତୁ ଜିଲ୍ଲାରେ କ୍ରୀଡା ଛାତ୍ରବାସଟିଏ ପ୍ରତିଷ୍ଠା ହୋଇପାରି ନାହିଁ । ଏକଦା ଗଡ଼ଜାତ ସମୟ ସୋନପୁର ରୟାଲ ପଡ଼ିଆରେ ଭାରତ ପ୍ରସିଦ୍ଧ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସୋନପୁର ସବଡିଭିଜନ ସ୍ତରରେ ବି କ୍ରୀଡାକୁ ନେଇ ବେଶ ଗୌରବାନ୍ନିତ ରହିଥିଲା । ସେହି ସମୟ ଆଥ୍ଲେଟିକ, ଫୁଟବଲ, ଭଲିବଲ୍, କ୍ରିକେଟ ଆଦି ଖେଳ ବେଶ ଉଚ୍ଚକୋଟୀର ହେଉଥିଲା । ଅଶୀ ଦଶକରେ ପ୍ରତିଷ୍ଠା କରିଥିବା ସୋନପୁର ସୂତାକଳରେ କିଛି ଖେଳାଳୀମାନେ ଉଚ୍ଚକୋଟୀ ଖେଳ ନେଇ ନିଯୁକ୍ତି ଦିଆଯାଇଥିଲା । ଯାହା କ୍ରୀଡ଼ା ବିକାଶ ନେଇ ଏକ ପ୍ରକାର ପୃଷ୍ଠପୋଷକତା ଆରମ୍ଭ ହୋଇଥିଲା । କିନ୍ତୁ ସୂତାକଳ ବନ୍ଦ ହୋଇଗଲା । ପରେ କ୍ରୀଡାରେ ପୃଷ୍ଠଷୋକତା ଅଭାବ ନେଇ ଯୁବ ସମାଜରେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କଲେ ନାହିଁ । ଜିଲ୍ଲା ଆତ୍ମପ୍ରକାଶ ପରେ କ୍ରୀଡା କ୍ଷେତ୍ରରେ ବେଶ୍ ଅବହେଳିତ ରହିଲା ସୋନପୁର । ଏବେ ଅନ୍ତଃରାଜ୍ୟ ଲାଲମୁନି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଅନ୍ତଃରାଜ୍ୟ ରାମଧୂନ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ, ଅନ୍ତଃରାଜ୍ୟ ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ବେସରକାରୀ ସ୍ତରରେ ଆୟୋଜିତ ହେଉଅଛି । କିନ୍ତୁ କ୍ରୀଡ଼ା ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତୃବୃନ୍ଦଙ୍କ ପୃଷ୍ଠଷୋକତା ଅଭାବ ରହିଛି । ବିଭିନ୍ନ ଖେଳ ନେଇ ଟ୍ରେନର ନାହାନ୍ତି । କ୍ରିକେଟ ଓ ଫୁଟବଲ ଏକାଡେମୀ ନାହିଁ । ଜିଲ୍ଲାରେ କ୍ରୀଡା କ୍ଷେତ୍ର ନେଇ ସୁବିଧା ଓ ସୁଯୋଗ ସୃଷ୍ଟି ହୋଇ ନାହିଁ । ଏବେ ଯୁବକମାନେ କ୍ରୀଡ଼ାକୁ ନେଇ କ୍ୟାରିୟର କରିବାକୁ ଚାହୁଁଛନ୍ତି, କିନ୍ତୁ ଏହି କ୍ରୀଡା କ୍ଷେତ୍ରର ପୃଷ୍ଠଷୋଷକତା ଓ ଭିତ୍ତିଭୂମି ଅଭାବ ସହ ଅନୁସାଙ୍ଗିକ ବିକାଶ ହୋଇ ପାରୁନାହିଁ । ତେଣୁ କ୍ରୀଡା ନେଇ ଯୁବକମାନେ ମୁହଁ ଫେରାଇ ଆଣୁଛନ୍ତି । ବର୍ତ୍ତମାନ କେତେକ ଉଦୟମାନ ଯୁବକମାନେ ସଂଗଠିତ ହୋଇ ସୋନପୁର ସହରରେ ବେସରକାରୀ ସ୍ତରରେ ଇନଫିନିଟି ନାମକ ଏକ ସଂଗଠନ କରିଛନ୍ତି । ଏହି ସଂଗଠନ ମାଧ୍ୟମରେ ସାରା ଜିଲ୍ଲା କ୍ରୀଡା ପ୍ରତି ରୁଚି ତଥା ଆଗ୍ରହ କରିଥିବା ଖେଳାଳୀମାନଙ୍କୁ ଶାରୀରିକ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ଟ୍ରେନିଂ ପାଉଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ରାଜ୍ୟ ବାହାରେ କ୍ରୀଡା କ୍ଷେତ୍ରରେ ପ୍ରଶଂସନୀୟ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଧିନସ୍ଥ ଚାକିରୀ ପାଉଛନ୍ତି ।ଏହା ଏକ ବଳିଷ୍ଠ ପଦକ୍ଷେପ ବେସରକାରୀ ସ୍ତରରେ ଉଦ୍ୟମ କରାଯାଉଛି । କିନ୍ତୁ ଜିଲ୍ଲାରେ କ୍ରୀଡାବିକାଶ ନେଇ ସରକାରୀ ସ୍ତରରେ ଯେଉଁ ଉପଯୁକ୍ତ ପଦକ୍ଷେପ ନେବା କଥା । ତାହା ହୋଇ ପାରି ନାହିଁ ବୋଲି ପୂର୍ବତନ କ୍ରୀଡାବିତମାନେ ଅଭିଯୋଗ କରୁଛନ୍ତି ।