ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କର୍ମଶାଳା
ବେତନଟୀ: ବେତନଟୀ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଗୋଷ୍ଠୀଗତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଗନ ବିହାରୀ ବେହେରା ଅଧ୍ୟକ୍ଷତା କରିଥିବାବେଳେ ପର୍ଯ୍ୟବେକ୍ଷକ ବେତନଟୀ ଅତିରିକ୍ତ ତହସିଲଦାର ଇଶ୍ୱର ଚନ୍ଦ୍ର ରଣା ଯୋଗ ଦେଇଥିଲେ । ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାକୁ ଲକ୍ଷ୍ୟ ରଖି ଲୋକଙ୍କର ଧନଜୀବନ ସୁରକ୍ଷିତ ରହିବା ସହିତ ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖି ବିଭିନ୍ନ ସେବାକୁ ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା କରାଯିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପରାମର୍ଶ ଓ ସୂଚନା ପ୍ରଦାନ କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶିତ କରାଇଥିଲେ । ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଓ ପଞ୍ଚାୟତରାଜର ପ୍ରତିନିଧି ଉପସ୍ଥିତ ଥିଲେ । ଆସନ୍ତା୧୯-୦୬-୨୫ ରିଖ ସକାଳ ୯ ଘଣ୍ଟାରେ ପାଟୋଳିପୁରା ପଞ୍ଚାୟତର ବେଲାଣପୁର ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ସର୍ବଶେଷରେ ଫୋର୍ଡର ସନ୍ତୋଷ କୁମାର ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।