ଛାତ୍ରୀଙ୍କୁ ଅସଦାଚରଣ, ଅଧ୍ୟକ୍ଷ ଗିରଫ
ସୋର: ସୋର ଥାନା ବାଗୁଡ଼ି ସିଟି ସ୍କୁଲରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଗିରଫ କରି ସୋର ପୁଲିସ କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ମହୁମୁହାଣ ଗ୍ରାମର ସୁଶାନ୍ତ କୁମାର ସେଠୀ (୩୭) ତାଙ୍କୁ ବିଭିନ୍ନ ସମୟରେ ଆଶ୍ଳୀଳ ଇଙ୍ଗିତ କରିବା ସହିତ ଛାତ୍ରୀଙ୍କ ମୋବାଇଲକୁ ଆଶ୍ଳୀଳ ମେସେଜ ଏବଂ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୨୩/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଆଜି ଅପରାହ୍ନରେ ପୁଲିସ ସୁଶାନ୍ତକୁ ଗିରଫ କରିଥିବା ବେଳେ ସନ୍ଧ୍ୟାରେ ସୋର ମେଡିକାଲରେ ଡାକ୍ତରୀ ମାଇନା ପରେ ପୁଲିସ ତାଙ୍କୁ କୋର୍ଟଚାଲାଣ କରିଛି ।