ଶିଶୁବିକାଶ ମନ୍ଦିରର ବାର୍ଷିକୋତ୍ସବ

 ନୀଳଗିରି : ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସନ୍ତରାଗଡ଼ିଆ ଶିଶୁ ବିକାଶ ବିଦ୍ୟାମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସମାଜସେବୀ ତାପସ ମହାନ୍ତି, ସମ୍ମାନିତ ଅତିଥି ଭାବରେ ହିନ୍ଦୁ ନେତା ବାଦଲ ପଣ୍ଡା, ମୁଖ୍ୟ ବକ୍ତା ଡଃ. ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଅଭିଭାବକମାନଙ୍କୁ ଶିକ୍ଷାର ସଂସ୍କାର ଓ ଶିଶୁମାନଙ୍କର ଉତ୍ତମ ଆଚରଣ ହିଁ ଉତ୍ତମ ମଣିଷ ଗଠନ ହେବାର ସହାୟକ ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ ମାର୍ଗଦର୍ଶନ କରିଥିଲେ । ଶିଶୁ ବିକାଶର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ବେହେରା ବାର୍ଷିକ ବୀବରଣୀ ପାଠ କରିଥିଲେ । ଶିଶୁ ବିକାଶ ଉପଦେଷ୍ଟା ସଭ୍ୟ ଅଧ୍ୟକ୍ଷତା କରିଥିବାବେଳେ ଗୁରୁମା ସସ୍ମିତା ସ ମଞ୍ଚ ପରିଚାଳନା କରିଥିଲେ । ସଭା କାର୍ଯ୍ୟଶେଷରେ ଶିଶୁମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ ରାଉତ, ଗୁରୁମା ପଦ୍ମିନୀ ରାଉଳ, ସାଇପ୍ରଭା ପାଣିଗ୍ରାହୀ, ବନୀତା ରାଣୀ ଖଟୁଆ, ମଧୁସ୍ମିତା ବାରିକ୍, ଗୁରୁଜୀ ପ୍ରିୟ ରଞ୍ଜନ ବେହେରା, କାର୍ତ୍ତିକେଶ୍ୱର ବାରିକ୍, ଶିଶୁ ସେବିକା ସୁଲୋଚନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉପଦେଷ୍ଟା ସଭ୍ୟ କୈଳାସ ରାଉତ, ଟୁନୁ ପଟ୍ଟନାୟକ ଓ କାର୍ତ୍ତିକ ଓଝା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।