୪ ବର୍ଷରେ ଓଡିଶାରୁ ଲୁଟିଛନ୍ତି ୫୦୦ କୋଟି
ଭୁବନେଶ୍ୱର, ୩ା୧ : ସାଇବର ଠକେଇକୁ ନେଇ କ୍ରାଇମବ୍ରାଞ୍ଚର ପକ୍ଷରୁ ମିଳିଛି ସାଂଘାତିକ ତଥ୍ୟ । ୪ବର୍ଷରେ ଓଡିଶାରୁ ଲୁଟିଲେଣି ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । କେବଳ ୨୦୨୪ ମସିହାରେ ଓଡିଶାରୁ ସାଇବର ଲୁଟେରାମାନେ ୩୫୦ କୋଟିରୁ ଅଧିକ ଲୁଟିଛନ୍ତି । ଏହା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସଂସ୍ଥା ଲାଗିପଡିଛି । କିନ୍ତୁ ସେହି ଅନୁସାରେ ସାଇବର ଠକମାନେ ମଧ୍ୟ ନୂଆ ନୂଆ ତରିକା ବାହାର କରିଛନ୍ତି । ଏବେ ଡିଜିଟାଲ୍ ଆରେଷ୍ଟ କରି ଲୋକଙ୍କୁ ଲୁଟୁଛନ୍ତି । ଫଳରେ ୨୦୨୪ରେ ରେକର୍ଡ ୩୫୦ କୋଟି ଟଙ୍କା ଲୁଟ୍ ହୋଇଛି । ଏନେଇ କ୍ରାଇମ୍ବ୍ରାଞ୍ଚ୍ ଏଡିଜି ବିନୟତୋଷ ମିଶ୍ରଙ୍କ କହିବା କଥା ଲୋକଙ୍କୁ ସଚେତନ କରିବା ପରେ ବି କିଛି ସୁଫଳ ମିଳୁନାହିଁ । ଲୋକେ ଠକେଇର ଗୋଲ୍ଡେନ୍ ଆୱାର୍ ଭିତରେ ଅଭିଯୋଗ କରୁନାହାନ୍ତି । ଖୁବ୍ଶୀଘ୍ର ସ୍ୱତନ୍ତ୍ର ସାଇବର ବିଙ୍ଗ୍ ଗଠନ କରାଯିବା ସହ ସାଇବର ହେଡ୍ କ୍ୱାର୍ଟର୍ସରେ ଜଣେ ଆଇଜି କିମ୍ବା ଏଡିଜି ରାଙ୍କ୍ର ଅଫିସର ନିୟୋଜିତ ହେବେ । ସେହିଭଳି ସବୁ ଜିଲ୍ଲାରେ ୩୦ ସାଇବର ଥାନା ପ୍ରତିଷ୍ଠା କରାଯିବ । ଏବେ ରାଜ୍ୟରେ ୧୪ଟି ସାଇବର ଥାନା ଅଛି ଏବଂ ଆଉ ୨୦ଟି ସାଇର ଥାନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।