୪୦ ଟପିବନି ମୋ ବସ୍ ର ଗତି

୪୦ ଟପିବନି ମୋ ବସ୍ ର ଗତି

ମୋ ବସ  ସ୍ପିଡ ରେ ଲାଗିଲା ଲଗାମ । ସହରରେ ଘଣ୍ଟା ପ୍ରତି ବେଗ  ରହିବ ୪୦ କିମି  । ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ । ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ନିଆଯାଇଛି ପଦକ୍ଷେପ ।  ନିୟମ ନମାନି ବେପରୁଆଭାବେ ଗାଡ଼ି  ଚଳାଇଥିଲେ ମୋ ବସ୍ ଡ୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣନ୍ସ ରହିବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ପାଇଁ  ଅନୁମତି । ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ, ସେନେଇ ଯାଞ୍ଚ ହେବ ।