ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ

ଆସିକା: ଗଞ୍ଜାମ ଜିଲ୍ଲା ଅବକାରୀ ଟିମ୍ ଓ ଆସିକା ଅବକାରୀ ବିଭାଗ ପକ୍ଷରୁ ଆସିକା କାଳଷଣ୍ଢଢପୁର ଏବଂ ଦାମୋଦରପଲ୍ଲୀ ରାସ୍ତାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଦୁଇଟି ପୃଥକ ସ୍ଥାନରୁ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୨୫ କେଜି ଗଞ୍ଜେଇ ସହ ଏକ ଅଟୋକୁ ଜବତ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଆସିକା ଅବକାରୀ ଦାୟିତ୍ୱରେ ଥିବା ଅଧିକାରୀ ରାକେଶ ଖୁଣ୍ଟିଆ କାଳଷଣ୍ଢଢପୁର ଛକ ଠାରେ ବସ୍କୁ ଅପେକ୍ଷା କରୁଥିବା ବେଳେ କଲିକତା ଅଞ୍ଚଳର ସମନଶେଖ (୩୦)ନାମକ ଯୁବକକୁ ସନେ୍ଦହରେ ତନଖି କରିବା ବେଳେ ତା ନିକଟରୁ ୧୦କେଜି ଗଞ୍ଜେଇ ଏକ ଅଖାରେ ଧରି କଲିକତା ଯିବାକୁ ଛକରେ ଛିଡା ହୋଇଥିଲା । ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଦାମୋଦରପଲ୍ଲୀ ନିକଟରେ କନ୍ଧମାଳ ଅଞ୍ଚଳରୁ ଓଡି ୧୨ ଏ ୮୫୭୨ ନମ୍ବର ଏକ ଅଟୋ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗାଡିରେ ଥିବା ୧୫ କେଜି ଗଞ୍ଜେଇ ସହ କୋଦଳା ଥାନା ଶାଳବନ ଅଞ୍ଚଳର ମିନକେତନ ସେଠୀ (୩୨) ଏବଂ ଦାରିଙ୍ଗବାଡି ଥାନା ପଦୁନବାଡ଼ି ଅଞ୍ଚÿଳର ଗୋଲକ ପରିଛା (୩୫) କୁ ମଧ୍ୟ ଗିରଫ କରିଛି ବୋଲି ଅବକାରୀ ଟିମ୍ ସୂଚନା ଦେଇଛନ୍ତି । ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣ ଗିରଫ ହେବା ସହ ୨୫ କେଜି ଗଞ୍ଜାଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୨ଲକ୍ଷ ୫୦ ହଜାର ଟଙ୍କା ହେବ । ଏହି ଛଡାଉ କାର୍ଯ୍ୟକ୍ରମରେ ଅଂଶୁମାନ ଜେନା, ରାକେଶ ଖୁଣ୍ଟିଆ, ମଧୁସୂଦନ ମୁନି, ସନ୍ତୋଷ ପ୍ରଧାନ, ଅମିତ କୁମାର ଗମାଙ୍ଗ, ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।