ସଡକ ଦୁର୍ଘଟଣାରେ  ଯୁବକ ମୃତ 

 ସାରସକଣା  : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଜାମଶଳା ଠାରେ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ସ୍ଥାନୀୟ ପୁରୁଣାପାଣି ଗ୍ରାମର ୱାର୍ଡମେମ୍ବର  ରଞ୍ଜିତ ଘୋଡେଇଙ୍କ ପୁଅ ରାଜୁ ଘୋଡେଇ ଝାରଖଣ୍ଡ ରେଜିଷ୍ଟେସନ ନମ୍ବର ବିଶିଷ୍ଟ ଏକ ଗ୍ଲାମର ଗାଡିରେ ଭୁରୁଶାଣି ଛକରୁ ଜା୍ମଶଳା ପୁରୁଣାପାଣି ଫେରୁଥିବା ବେଳେ ଜାତୀୟ ରାଜପଥ ସ୍ଥିତ ରାକ୍ଷୀ ଢ଼ାବା ନିକଟରେ ରାସ୍ତା ପାରି ହେଉଥିବା ବେଳେ, ଦ୍ରୁତଗତିରେ କୌଣସି ଏକ ଅଜଣା ଗାଡି ଧକ୍କାଦେଇ ପଳାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା ।