୫୦% ରିହାତି ଦରରେ ବାଛୁରୀ ଦାନା ବଣ୍ଟନ
ବୁଗୁଡ଼ା : ସ୍ଥାନୀୟ ପ୍ରାଣୀ ଚିକିସôାଳୟ ପରିସରରେ ବୁଗୁଡା ବ୍ଲକ ପ୍ରାଣୀ ଚିକିସôାଧିକାରୀ ଏବଂ ବୃହତ୍ତର ଗଞ୍ଜାମ ଓ ଗଜପତି ଦୁଗ୍ଧ ଉତ୍ପାଦକ ସଂଘ ସଭାପତି ଓ ସାଧାରଣ ପରିଚାଳକଙ୍କ ତତ୍ତ୍ୱାବଧାନରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳକମାନଙ୍କୁ ମାଈ ବାଛୁରୀ ପାଳନ ପାଇଁ ୫୦ ପ୍ରତିଶତ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ବୁଗୁଡା ବ୍ଲକର ୧୫ ଜଣ ଗୋପାଳକଙ୍କୁ ପ୍ରଥମ କିସ୍ତିରେ ସର୍ବମୋଟ ୧୫ କ୍ୱିଣ୍ଟାଲ୍ ଦାନା ଯୋଗାଇ ଦିଆଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୃତିମ ପ୍ରଜନନ ଦ୍ୱାରା ମାଈ ବାଛୁରୀ ଜନ୍ମ ହୋଇଥିବା ଆବଶ୍ୟକ ଏବଂ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ୮ଟି କିସ୍ତିରେ ୧୪ କ୍ୱିଣ୍ଟାଲ ଦାନା ଯୋଗାଣ ସହ ମାଗଣାରେ ବୀମାକରଣ, କୃମିନାଶକ ଓ ଟୀକାକରଣ କରାଯିବ ବୋଲି ପ୍ରାଣୀ ଚିକିସôାଧିକାରୀ ଶୁଭ୍ରାଂଶୁ ଶେଖର ରାଉତଙ୍କ ଠାରୁ ପ୍ରକାଶ ପାଇଛି ।