ନିଆଁ ଲାଗି ଗାଈ ଜୀବନ୍ତ ଦଗ୍ଧ
କାକଟପୁର : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅଧୀନ ଝାଡଲିଙ୍ଗ ପଞ୍ଚାୟତ ନାନପୁର ଗ୍ରାମରେ ବିଦୁ୍ୟତ୍ ସର୍ଟ ସର୍କିଟ ଯୋଗୁଁ ଗୁହାଳରେ ନିଆଁ ଲାଗି ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛି । ସୂଚନା ଥାଉକି ନାନପୁର ଗ୍ରାମର ବିନୋଦ ପତିଙ୍କ ଗୁହାଳ ଘର ବିଦୁ୍ୟତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ଗୁହାଳ ହୁ ହୁ ହୋଇ ଜଳିବାକୁ ଲାଗିଲା ଚାହୁଁ ଚାହୁଁ ନିମିଷକେ ସବୁ ଜଳି ପାଉଁଶ ହୋଇଯାଇଥିଲା ଏବଂ ଭିତରେ ଥିବା ଗାଈ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ଖବର ପାଇ ଅସ୍ତରଙ୍ଗ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ସ୍ଥିତି ପରଖିଥିଲେ । ଆଜି ଅସ୍ତରଙ୍ଗ ପଶୁସମ୍ପଦ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ବିନୋଦକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସରପଞ୍ଚ ବୃନ୍ଦାବନ ନାୟକ ଦାବି କରିଛନ୍ତି ।