୭୮ ବର୍ଷରେ ପୀରହାଟ ବାସନ୍ତୀ ଦୁର୍ଗା ପୂଜା
ତିହିଡି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦୌଲତପୁର ପଞ୍ଚାୟତ ଅଧୀନ ପୀରହାଟରେ ବାସନ୍ତୀ ଦୁର୍ଗା ପୂଜା ଚଳିତ ବର୍ଷ ୭୮ ବର୍ଷରେ ପଦାର୍ପଣ କରିଛି । ଗତ ଶୁକ୍ରବାର ସପ୍ତମୀ ପୂଜା ଆରମ୍ଭ ହୋଇଥିବା ଏହି ପୂଜା ୭ ଦିନ ଧରି ଚାଲିବ । ଅଷ୍ଟମୀ ଠାରୁ ହଜାର ହଜାର ଭକ୍ତଙ୍କ ସମାଗମ ରହିଛି । ସୁସଜ୍ଜିତ ତୋରଣ ସହିତ ଆଲୋକମାଳା ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରୁଛି । ଏହାକୁ ଅଧିକ ସରସ ସୁନ୍ଦର କରିବା ଲାଗି ଚଳିତ ବର୍ଷ ଅପେରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ମା’ଙ୍କ ପୂଜା ପାଇଁ କର୍ତ୍ତା ଭାବରେ ପ୍ରଦୀପ ପାଣିଗ୍ରାହୀ ଓ ବାସନ୍ତୀ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ବଳ ଓ ସଂଯୁକ୍ତା ବଳ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୁରୋହିତ ଗୋବର୍ଦ୍ଧନ ମିଶ୍ର, ଗଣେଶ ମିଶ୍ର, ବିଜୟ ମିଶ୍ର, ମୃତୁ୍ୟଞ୍ଜୟ ମିଶ୍ର ଓ ଅଚୁତାନନ୍ଦ ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଛନ୍ତି । ପୂଜା କମିଟିର ସଭାପତି ଗଣେଶ ଚନ୍ଦ୍ର ବଳ, ଉପସଭାପତି ହରିଶ୍ଚନ୍ଦ୍ର ବାରିକ, ସମ୍ପାଦକ ନିରଂଜନ ମହାନ୍ତି, ଯୁଗ୍ମ ସଂପାଦକ ଚଗିଲି ମହାନ୍ତି, କାର୍ଯ୍ୟକାରୀ ସଭାପତି ହିମାଦ୍ରି ମିଶ୍ର, କୋଷା୍ମକ୍ଷ କୈଳାସ ଚନ୍ଦ୍ର ବଳ, ସହସମ୍ପାଦକ ଲକ୍ଷ୍ମୀଧର ମହାନ୍ତି, ଉପଦେଷ୍ଟା ଉମାକାନ୍ତ ମିଶ୍ର, ବୈଲୋଚନ ନାୟକ, ସରପଞ୍ଚ ପ୍ରଭାତ ମିଶ୍ର, ସମିତସଭ୍ୟଙ୍କ ପ୍ରତିନିଧି ଗୋପବନ୍ଧୁ ସେନାତି, ପୀରହାଟ ଥାନା ଆଇଅଇସି ରୋଜାଲିନ ବେହେରା, ଆଇନ ପରାମର୍ଶ ଦାତା ବିଷ୍ଣୁ ଦାଶ ଓ ବିପ୍ଳବ ନାୟକ, ସଦସ୍ୟ ଚନ୍ଦ୍ରମଣି ବେହେରା, ପ୍ରହ୍ଲାଦ ବାରିକ, ସନାତନ ମିଶ୍ର, ମୁକ୍ତିକାନ୍ତ ମହାନ୍ତି, ବସନ୍ତ ବେହେରା ପ୍ରମୁଖଙ୍କ ସମେତ କାର୍ଯ୍ୟ କମିଟି ଓ ସାଧାରଣ କମିଟିର ସମସ୍ତ କର୍ମକର୍ତ୍ତା ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ସୂଚନା ଥାଉକି, ୧୯୪୮ ମସିହାରେ ସ୍ୱର୍ଗତ ରାଧାକାନ୍ତ ଦାସ, ଭାସ୍କର ଚନ୍ଦ୍ର ବଳ, ଯଦୁନାଥ ପାଣି, ପୁରୁଷୋତ୍ତମ ପାଣି, କାଳନ୍ଦୀ ପାଣିଗ୍ରାହୀ ଓ ମାଗୁଣି ବାରିକ ମା’ ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ କରିଥିଲେ ।